DIstrictEducationNationOdishaPolitics

ଶିକ୍ଷକ ଅଭାବ ନେଇ ବହୁବାର ନିବେଦନ ସତ୍ୱେ ଶୁଣିଲାନି ଗଜପତି ପ୍ରଶାସନ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ପାରଳାଖେମୁଣ୍ଡି:୮/୭: ଗଜପତି ଜିଲ୍ଲାରେ ଶିକ୍ଷକ ଅଭାବ ନେଇ ପ୍ରଶାସନକୁ ବାରମ୍ବାର ନିବେଦନ କରିବା ସତ୍ୱେ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ନ ଦେବା ପ୍ରତିବାଦରେ ଗ୍ରାମବାସୀ ମାନେ ମିଳିତ ଭାବେ ବିଦ୍ୟାଳୟରେ ତାଲା ପକାଇ ଦେଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶଯେ, କାଶୀନଗର ବ୍ଲକ୍ ଅନ୍ତର୍ଗତ ଅଲଡା ପଞ୍ଚାୟତର ଲେଙ୍ଗତାଗୁଡ଼ା ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୨୦ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଅଦ୍ୟାବଧି ମାତ୍ର ଦୁଇ ଜଣ ଶିକ୍ଷକଙ୍କୁ ନେଇ ଚାଲିଛି।


ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ ୨୦୨୪ ମସିହାରେ ତତ୍କାଳୀନ ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର ପରେ ତାଙ୍କ ସ୍ଥାନ ଏପର୍ଯ୍ୟନ୍ତ ଖାଲି ପଡ଼ିଛି। ଅନ୍ୟ ତିନି ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ସିଦ୍ଧାମଡଙ୍କ କ୍ଲଷ୍ଟରରେ ସିଆରସିସି ଓ ଅନ୍ୟ ଜଣେ ଶିକ୍ଷକ ବିଏଲଓ କାର୍ଯ୍ୟ ତୁଲାଉଥିବାବେଳେ ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହିଁ ସରକାରଙ୍କ ବିଭିନ୍ନ ଦାୟିତ୍ଵ ତୁଲାଇବା ସହ ସ୍କୁଲ ମଧ୍ୟ ଚଳାଉଛନ୍ତି । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ପ୍ରାଥମିକ ସ୍ତରରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବାବେଳେ ଏଠାରେ ଏକ ଆଦିବାସୀ ବହୁଳ ଗ୍ରାମିଣ ସ୍କୁଲ୍ ରେ ପାଠ ପଢା ନିମନ୍ତେ ନିର୍ଦ୍ଧିଷ୍ଟ ସଂଖ୍ୟକ ଶିକ୍ଷକ ନିଯୁକ୍ତି ନ କରିବା ସରକାରଙ୍କ ନିଶ୍ଚିନ୍ତ ଉଦାସୀନତା ଯୋଗୁଁ ଚିନ୍ତାର ବିଷୟ ପାଲଟିଛି। ଗ୍ରାମବାସୀ ମାନେ ଗୋଷ୍ଠି ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଅନ୍ୟ ଉଚ୍ଚ ପଦାଧିକାରୀଙ୍କୁ ଅଭିଯୋଗ କରି ସମସ୍ୟାର ଉଚିତ ସମାଧାନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଏପରିକି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବୈଠକରେ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ ଆଜି ଗ୍ରାମବାସୀ ମାନେ କ୍ଷୋଭ ପ୍ରକାଶ କରି ସ୍କୁଲରେ ତାଲା ପକାଇଥିଲେ,ଯେ ପର୍ଯ୍ୟନ୍ତ ସରକାରଙ୍କ ତତଫରୁ ଶିକ୍ଷକ ନିଯୁକ୍ତି ନ ହୋଇଛି ସେମାନେ ଆନ୍ଦୋଳନରତ ରହିବେ ବୋଲି ପ୍ରକାଶ କରିଛନ୍ତି। ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁକାନ୍ତି ଶବର, ସମିତି ସଭ୍ୟା ପାର୍ବତୀ ଶବର, ସ୍କୁଲ ପରିଚାଳନା କମିଟି ଉପାଧ୍ୟକ୍ଷା କବିତା ବିଡିକା ଓ ଅନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ରହି ଆନ୍ଦୋଳନରେ ଯୋଗ ଦେଇଥିଲେ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button