BusinessDistrictEntertainmentNationNawarangpurOdisha

ଏସ୍ଏଚ୍‌ଜି ଟଙ୍କା ହଡ଼ପ ଘଟଣା | ଅଭିଯୁକ୍ତ ଅସିତ ଗିରଫ, ପତ୍ନୀ ଫେରାର୍

ପାପଡ଼ାହାଣ୍ଡି, ୭|୭: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ପାତ୍ରଗୁଡ଼ା ଗ୍ରାମରେ ଏସ୍ଏଚ୍‌ଜି ମହିଳାଙ୍କ ଟଙ୍କା ହଡ଼ପ ଘଟଣାରେ ଫେରାର୍ ଥିବା ଅଭିଯୁକ୍ତ ସ୍ବାମୀ ଅସିତ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାପଡ଼ାହାଣ୍ଡି ପୁଲିସ। ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ ମଧୁସ୍ମିତା ମହାନ୍ତି ଫେରାର୍ ଅଛନ୍ତି । ଅଭିଯୁକ୍ତ ଅସିତ ମହାନ୍ତି ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସହ ଗ୍ରାମବାସୀଙ୍କ ବନ୍ଧକ ସୁନା ନେଇ ଫେରାର୍ ଥିଲେ ।

ଦ୍ରାପଡ଼ା କେନ୍ଦ୍ରା ଜିଲ୍ଲା ମର ଅସିତ ତ ମହାନ୍ତି ଓ ଚନ୍ଦୋଲା ଗ୍ରାମର ମହାନ୍ତି ଦୀର୍ଘ ତାଙ୍କ ପତ୍ନୀ ମଧୁସ୍ମିତା ମହ ୧୦ ବର୍ଷ ହେଲା ପାପଡ଼ାହାଣ୍ଡି ବ୍ଲକ ପାତ୍ରଗୁଡ଼ା ଗ୍ରାମରେ ରହିଆସୁଥିଲେ । এই ଗ୍ରାମର ମହିଳାମାନଙ୍କୁ ଅଧିକ ଅର୍ଥ ପ୍ରଲୋଭନ ଦେଖାଇ ଏସ୍ଏଚ୍‌ଜି ମାଧ୍ୟମରେ ବେସରକାରୀ ବ୍ୟାଙ୍କ

ମାନଙ୍କରୁ ଲକ୍ଷାଧିକ ଟଙ୍କା ଋଣ ଉଠାଇ ହଡ଼ପ କରିଥିଲେ । ପ୍ରାୟ ୧୫ ଜଣ ମହିଳାଙ୍କ ଠାରୁ ୩ ଲକ୍ଷରୁ ଊର୍ଦ୍ଧ ଟଙ୍କା ହଡ଼ପ କରିଥିଲେ । ଏଥିସ‌ହିତ ଗ୍ରାମବାସୀ ତାଙ୍କ ନିକଟରେ ବନ୍ଧକ ରଖିଥିବା ସୁନାଗହଣା ନେଇ ଗତ ନଭେମ୍ବର ମାସରୁ ଅସିତ ମହାନ୍ତି ଓ ମଧୁସ୍ମିତା ମହାନ୍ତି ଫେରାର୍ ହୋଇଯାଇଥିଲେ । ଏନେଇ ପାତ୍ରଗୁଡ଼ା ଗ୍ରାମର ମନମତି ପୂଜାରୀ ସମେତ ୧୫ ଜଣ ମହିଳା ୨୦୨୪ ନଭେମ୍ବରରେ ପାପଡ଼ାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଏନେଇ ପାପଡ଼ାହାଣ୍ଡି ଥାନାରେ କେସ୍-୨୩୯ /୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ପୁଲିସ । ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଅସିତ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button