DIstrictEducationEntertainmentMalkangiriNationOdisha

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ କବି କେଶବ ଚନ୍ଦ୍ର ନାୟକ

ମାଲକାନଗିରି, ୦୭/୦୭: ଆଜି ମାଲକାନଗିରି ବନଖଣ୍ଡ ଆନୁକୂଲ୍ୟରେ ଚାଲାଣ ଗୁଡା ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ସମ୍ମାନିତ ଅତିଥି ଭାବେ ପିଡିଓ ତଥା ଗୋ ନରେଶ ଚନ୍ଦ୍ର ଶବର, ବନଖଣ୍ଡ ଅଧିକାରୀ
ସାଇ କିରଣ ଡି.ଏନ,ଏସିଏଫ ମନସୁନ ଖେମୁଣ୍ଡୁ ଓ ଚାଲାଣ ଗୁଡା ସରପଞ୍ଚ ଅରକ୍ଷିତ ନାୟକ ମଞ୍ଚାସୀନ ଥିଲେ।
ଏହି ଅବକାଶରେ କବି, ଲେଖା, ଗୀତିକାର ତଥା ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାରେ
ସମ୍ମାନିତ କରା ଯାଇଛି।

ଶ୍ରୀ ନାୟକ ୨୦୧୧/୧୨ ମସିହାରେ ପ୍ରକୃତି ବନ୍ଧୁ ପୁରସ୍କାର ଓଡ଼ିଶା ସରକାର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରଦାନ କରିଥିଲେ। ପ୍ରକୃତି ବନ୍ଧୁ ପୁରସ୍କାର-୨୦୨୫ ରେ ମଧ୍ୟ ଦ୍ବିତୀୟ ଥର ସେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ତରଫରୁ ପ୍ରାପ୍ତ କରିଛନ୍ତି। ଶ୍ରୀ ନାୟକ ମାଲକାନଗିରି ଜିଲ୍ଲାରେ ଆଜକୁ ୩୫ ବର୍ଷ ହେଲା ବୃକ୍ଷ
ରୋପଣ, ଜଙ୍ଗଲ ସୁରକ୍ଷା ନିମନ୍ତେ ଜନ ସଚେତନତା ଆଦି କାର୍ଯ୍ୟ ରେ ନିଜକୁ ସଂଶ୍ଳିଷ୍ଟ କରିଛନ୍ତି। ଏହା ବ୍ୟତିତ ଛାତ୍ର ଛାତ୍ରୀମାନଙ୍କୁ ମଧ୍ୟ ଜଙ୍ଗଲ ସୁରକ୍ଷା ଉପରେ ସଚେତନତା କରିବାରେ ପ୍ରମୁଖ ଭୂମିକା ରହିଛି। ଜଙ୍ଗଲରେ ନିଆଁ ନ ଲଗାଇବା, ବେଣ୍ଟ ଶିକାର ନକରିବା ଆଦି ଜନ ସଚେତନତା କରି ବେଶ ପ୍ରଶଂସନୀୟ କାର୍ଯ୍ୟ କରି ଆସିଛନ୍ତି। ଏହା ବ୍ୟତିତ ସେ ବୃକ୍ଷ,ବର୍ଷା,ବାୟୁ, ମୃତ୍ତିକା,ଜଳ ସଂପର୍କରେ ବହୁ କବିତା ରଚନା କରି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ କରି ପାଠକୀୟ ମହଲରେ ସୁପରିଚିତ। ସେ ସାମାଜିକ କାର୍ଯ୍ୟ, ସାହିତ୍ୟକ ଏବଂ
ଉଚ୍ଚକୋଟୀର ସାମ୍ବାଦିକ ଭାବେ ଆଜକୁ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନମାନଙ୍କରୁ ତିନି ଶହରୁ ଊର୍ଦ୍ଧ୍ବ ମାନପତ୍ର ତଥା ପୁରସ୍କାରରେ ସମ୍ମାନିତ ହୋଇ ସୁନାମ ଅର୍ଜନ କରିଥିବା ଏସିଏଫ ମନସୁନ ଖେମୁଣ୍ଡୁ ମଞ୍ଚରେ ଉଦଘୋଷଣା କରି ଶ୍ରୀ ନାୟକ ଭବିଷ୍ୟତ ଉଜ୍ଜ୍ୱଳ କାମନା କରି ଥିଲେ। ତାଙ୍କୁ ୧୦ ହଜାର ନଗଦ ଅର୍ଥ ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଛି।

ପ୍ରଥମେ ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବୃକ୍ଷ ରୋପଣ କରି ବନମହୋତ୍ସବକୁ ଅନୁଷ୍ଠିକ ଭାବେ ଉଦଘାଟନ କରିଥିଲେ। ପରେ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ବୃକ୍ଷ ରୋପଣ କରିଥିଲେ। କାଲିମେଳା ବନପାଳ ମୃତ୍ୟୁଞ୍ଜୟ ସେଠୀ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ,ମୋଟୁ ବନାଞ୍ଚଳ ରଶ୍ମି ରଞ୍ଜନ ସ୍ବାଇଁ ଏବଂ ଅନ୍ୟାନ୍ୟ ବନକର୍ମଚାରୀମାନେ ଉପସ୍ଥିତ ଥିଲେ। ଚାଲାଣ ଗୁଡା କସ୍ତୁରବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ସଭାକାର୍ଯ୍ୟକୁ ସଫଳ ରୂପାୟନ କରିଥିଲେ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button