
ଭଞ୍ଜନଗର,୦୭/୭ : ୧୧ତମ ରାଜ୍ୟସ୍ତରୀୟ ସୋଟୋକନ କରାଟେ ପ୍ରତିଯୋଗିତା ଭୁବନେଶ୍ବରରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଭଞ୍ଜନଗର ଘୁମୁସର କରାଟେ ଏକାଡେମୀକୁ ବଡ ସଫଳତା ମିଳିଛି।
ଘୁମୁସର କରାଟେ ଏକାଡେମୀର ହିମାଂଶୁ ଲାଲ୍ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବି. ଭିଜନ ପାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।
ସେହିପରି ଅମ୍ଳାନ ଆଦିତ୍ୟ ସେଠୀ, ବି.ସୋହମ ରାଓ ଦୋରା ଏବଂ ଘନଶ୍ୟାମ ନାୟକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଏହି ସଫଳତାକୁ ନେଇ କୋଚ୍ ସୋମନାଥ ସେଠୀ ଖୁସିବ୍ୟକ୍ତ କରିବା ସହ କୃତୀ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।