
ପାରଳାଖେମୁଣ୍ଡି, ୦୭/୦୭: ଗଜପତି ଜିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି ଠାରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ୯୦ତମ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି. ଚନ୍ଦ୍ରଗିରିର ତିବ୍ବତୀୟ ସେଟେଲମେଣ୍ଟ କାର୍ଯ୍ୟାଳୟ ପରିସରରେ ତିବ୍ବତୀୟ ଧର୍ମଗୁରୁ ମହାମାନ୍ୟ ଦଲାଇଲାମାଙ୍କ ୯୦ ତମ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି.

ଏଥିରେ ଅତିଥି ଭାବେ ଜିରାଙ୍ଗ ବୌଦ୍ଧ ମନ୍ଦିର ମୁଖ୍ୟ ଗୁରୁଜୀ ଜିଗମେ ରିଂପଛେ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ବିଜୟ ଦାସ ଯୋଗଦେଇ ତିବ୍ବତୀୟ ତଥା ବୌଦ୍ଧ ସଂସ୍କୃତି ଅତ୍ୟନ୍ତ ମହାନ. ତାଙ୍କର ଜନ୍ମ ଦିନ ଉତ୍ସବରେ ଯୋଗଦେଇ ନିଜକୁ ଗୌରାବାନ୍ଵିତ ମନେ କରୁଥିବା ଜିଲ୍ଲାପାଳ କହିଛନ୍ତି ।
ସମ୍ମାନିତ ଅତିଥ୍ ଭାବେ ଜିଲ୍ଲା ଆରକ୍ଷୀ ଅଧୂକ୍ଷକ ଯତୀନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ. ଏହି ଅବସରରେ ଚନ୍ଦ୍ରଗିରି ଅଞ୍ଚଳରେ ରହୁଥିବା ତିବ୍ବତୀୟ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତିବ୍ବତୀୟମାନେ ନିଜ କଳା, ସଂସ୍କୃତି ଓ ପରମ୍ପରା ଆଧାରିତ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି, ଲବାରସିଂ, ଜିରାଙ୍ଗ, ଟାଙ୍କିଲିପଦର ଓ ମେହେନ୍ଦ୍ରଗଡ଼ରେ ରହୁଥିବା ଶତାଧୂକ ତିବ୍ବତୀୟ ଯୋଗଦେଇଥିଲେ ।