DIstrictEducationKoraputNationOdisha

କୋରାପୁଟ ହେବ ଏମ୍ସ୍ଏସ୍ଏମ୍‌ଇ କ୍ଲଷ୍ଟର

କୋରାପୁଟ, ୦୭/୦୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ କୋରାପୁଟ ଗସ୍ତ ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ କୋରାପୁଟ ଜିଲ୍ଲା ଗସ୍ତ ଫଳପ୍ରଦ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଅଧିକାରୀଙ୍କୁ ନେଇ ସମୀକ୍ଷା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ହାଲ୍‌ରେ ସୁଖୋଇ ବିମାନର ଇଞ୍ଜିନ୍ ନିର୍ମାଣ ପାଇଁ ଆବଶ୍ୟକ ଯନ୍ତ୍ରପାତି ଯେପରି ବାହାରୁ ନଆଣି ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିର୍ମାଣ ହୋଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଦାୟିତ୍ବ ନେଇଛନ୍ତି ରାଜ୍ୟରେ ୪୬୨ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ଆହୁରି ୩୦୦ ବିଦ୍ୟାଳୟ ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଛି। ପରଖ ପରୀକ୍ଷାରେ

ଓଡ଼ିଶା ୧୪ ନମ୍ବରରୁ ୫ମ ସ୍ଥାନକୁ ଆସିଛି। କୋରାପୁଟ କଫି ଓ କୋଟପାଡ ବସ୍ତ୍ରର ବଜାରୀକରଣ ହୋଇପାରିଲେ ଆର୍ଥିକ କ୍ଷେତ୍ରରେ ସମୃଦ୍ଧି ଆସିବା ସେ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି କୋରାପୁଟରେ ଏମ୍ସ୍ଏସ୍ଏମ୍‌ର କ୍ଲଷ୍ଟର

ହେବା ସେଥିପାଇଁ ୫୦୦ ଏକର ଜମି ଚିହ୍ନଟ ନିମନ୍ତେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାରି ମାଧ୍ୟମରେ ୪ ଜିଲ୍ଲାରେ ଯୁବ ଉଦ୍ୟୋଗୀ ସୃଷ୍ଟି ହୋଇ

ନିଯୁକ୍ତିଦାତା ହୋଇପାରିବେ

ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଅବିଭକ୍ତ କୋରାପୁଟ ଭଳି ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନଜର ରହିଛି। କେନ୍ଦ୍ରୀୟ

ବିଶ୍ବବିଦ୍ୟାଳୟର ବିକାଶ ପାଇଁ ୬୧୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ରାଜ୍ୟରେ ୪୦ ପ୍ରତିଶତ ଜନଜାତି ବର୍ଗ ରହିଛନ୍ତି ଜନଜାତି ଛାତ୍ରଛାତ୍ରୀ ବୈଷୟିକ

ଶିକ୍ଷା ପାଇଁ ଆଗ୍ରହ ହେଉନାହାନ୍ତି। ତେଣୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଆଗ୍ରୋ ଫରେଷ୍ଟ୍ରି, ଏଆଇ, ମେସିନ ଲଣ୍ଡିଂ ଆଦି ବୈଷୟିକ ପାଠ୍ୟକ୍ରମ ଖୋଲାଯିବା ତେଣୁ ୫ଟି କେନ୍ଦ୍ରୀୟ ଅନୁଷ୍ଠାନ ସହ ଅନୁବନ୍ଧିତ ହୋଇଛି। କୋରାପୁଟ କଫି କିପରି କାଲିଫଣ୍ଡିଆ ଯିବ ଏବଂ

ଗଣଶିକ୍ଷା ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

କୋଟପାଡ ବସ୍ତ୍ର ଅନ୍‌ଲାଇନ୍‌ରେ ବିକ୍ରି ହେବ ସେଥିନିମନ୍ତେ ଉଦ୍ୟମ ଆରମ୍ଭହୋଇସାରିଛି। ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବା ୧୪ଟି ବ୍ଲକରେ କ୍ରୀଡା କମ୍ପୁକ୍ସ୍ ଖୋଲିବା ପଛୁଆ ଜିଲ୍ଲାରେ ଶୂନ ଡ୍ରପ୍‌ଆଉଟ୍ କରିବାକୁ କ୍ଷେତ୍ର ପ୍ରସ୍ତୁତି ସରିଛି ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ ଉପସ୍ଥିତ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button