DIstrictEducationKoraputNationOdishaPolitics

ସେମିଳିଗୁଡ଼ା ବ୍ଲକରେ ବ୍ଲକ ସ୍ତରୀୟ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ।

ସେମିଳିଗୁଡ଼ା, ୦୭/୦୭: କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ସଭାଗୃହରେ ଆଜି ସି ଏସ ଏନ ରା ସଂସ୍ଥା ପକ୍ଷରୁ ବ୍ଲକ ସ୍ତରୀୟ ଆଇନ୍ ସଚେତନତା ଶିବିର କାର୍ଯ୍ୟକ୍ରମ ଉତ୍ସାହିତ ପରିବେଶରେ ଅନୁଷ୍ଠିତ ହେଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଲିଲୀ ଅଣ୍ଟାବାରିଆ ଉପସ୍ଥିତ ହୋଇ ଆଇନ ଜ୍ଞାନ ଓ ସଚେତନତା ବୃଦ୍ଧି ଉପରେ ଆଲୋକ ପାତ କରିଥିଲେ।

ସେମିଳିଗୁଡ଼ା ବ୍ଲକର ସରପଞ୍ଚ ଏବଂ ସମିତି ସଭ୍ୟ ଯଥା ପି ଆର ଆଇ ମେମ୍ବର ମାନେ ମଧ୍ୟ ଉପସ୍ଥିତ ଥିଲେ।ଶିବିରରେ ଆଇନ ସଚେତନତା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଅଲୋଚନା କରାଯାଇଥିଲା।


ଏହି କାର୍ଯ୍ୟକ୍ରମର ସଂଚାଳନା କରିଥିଲେ ସିଏସଏନାରା ସଂଯଜକ ସାଦେବ ବାଘ। ତାଙ୍କ ସହିତ ସୁନିଲ୍ କୁମାର ମିଶ୍ର, ରାମ ମୁନ୍ଧୁଳି, ଜ୍ଞାନ ସାଗର ନାୟକ ଓ ଅନ୍ୟ ଅଧିକାରୀ କର୍ମଚାରୀମାନେ ଯଥା କାଚାନ୍ ଖେମୁଡ଼ୁ ଓ ସଲମି ଟାକ୍ରି ଏହି ଶିବିରକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।


ଏହି ପ୍ରସଙ୍ଗରେ ଅଞ୍ଚଳବାସୀ ମଧ୍ୟ ବଡ଼ ସଂଖ୍ୟାରେ ଉପସ୍ଥିତ ହୋଇ ନିଜ ଉପକୃତି ପ୍ରକାଶ କରିଥିଲେ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button