DIstrictEducationHealthKoraputNationOdishaPolitics

ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟିତ

ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍‌ଘାଟିତ

ଫୋକସ୍‌ରେ କୋରାପୁଟ ଜିଲ୍ଲାର ଶିକ୍ଷା: ଧର୍ମେନ୍ଦ୍ର ।

କୋରାପୁଟ ଦେଇଛି ବେଶୀ ପାଇଛି କମ୍: ସୂର୍ଯ୍ୟବଂଶୀ

ଜୟପୁର, ୦୬/୦୭: କୋରାପୁଟ, ମାଲକାନଗିରି ଭଳି ଜିଲ୍ଲାର ପୂର୍ଣ୍ଣାଙ୍ଗ ବିକାଶ ବିନା ବିକଶିତ ଭାଗତ ଓ ବିକାଶିତ ଓଡ଼ିଶା ମୁପ୍ନ ସାକାର ହୋଇପାରିବନା କୋରପୁଟ ଜିଲ୍ଲାର କଫି, ମାଣ୍ଡିଆ, ପଣସ, ଆମ୍ବ, ହଳଦୀ, ଅଦା, ମିର୍ଗାନ ଶାଢ଼ୀର ପ୍ରଚାର ପ୍ରସାର ଦେଶବିଦେଶରେ କରି ଅଞ୍ଚଳର ବିକାଶ କରାଯାଇ ପାରିବା ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।

ପୂର୍ବାହ୍ନରେ ଶ୍ରୀ ପ୍ରଧାନ ଜୟପୁର ପହଞ୍ଚିବା ପରେ ଜଗନ୍ନାଥ ସାଗରରୁ ଗ୍ଲୋକାଲ ଛଜକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ୮ଏକର ଜମିରେ ୪୦କୋଟି ଟଙ୍କାରେ

ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିମନ୍ତେ ଲିତ୍ତପ୍ରସ୍ତର ସ୍ଥାପନ କରିଥିଲେ ଏହାପରେ ସରକାରୀ ଉଚ୍ଚବିଦ୍ୟାଳୟ ପରିସରସ୍ଥ ଆଇଟିଡିଏର ଭବନରେ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟକୁ ଉଦ୍‌ଘାଟନ କରିଥିଲେ ଚଳିତବର୍ଷ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସୋମବାର ଠାରୁ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ

ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝି, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର, ରାଜ୍ୟ ଶିକ୍ଷା ସଚିବ ଶାଳିନୀ ପଣ୍ଡିତ, କେନ୍ଦ୍ରୀୟ ବିଦ୍ୟାଳୟ ଉପକମିସନର ତ. ଶ୍ରୀହରଣ ବୋଷ, ଜିଲ୍ଲାପାଳ ଭି.କୀର୍ତ୍ତି ଭାମଳ, ଏସ୍‌ପି ରୋହିତ ବର୍ମା, ଜୟପୁର ଉପଜିଲ୍ଲାପାଳ ଏ.ଶଶ୍ୟା ରେତ୍ତି ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଅଧିକାରୀ, ଅଧ୍ୟକ୍ଷ ଏବଂ ଶିକ୍ଷକ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ ପର୍ବ ପରେ କେନ୍ଦ୍ର ମନ୍ତ୍ରୀ ବିକ୍ରମଦେବ ବିଶ୍ଵବିଦ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ । ଶିକ୍ଷାକ୍ଷେତ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ନିମନ୍ତେ କେନ୍ଦ୍ର

ଓ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି ଏଥିପାଇଁ ରାଜ୍ୟର ସମସ୍ତ ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବାକୁ ନିଷ୍ପତ୍ତ ନିଆଯାଇଛି। ବିଦ୍ୟାଳୟର ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରାୟ ୧୫୦୦କୋଟି ଟଙ୍କା ମଞ୍ଜୁର କରାଯାଇଛି କୋରାପୁଟ ଜିଲ୍ଲାର ଶିକ୍ଷାକୁ ଫୋକସ୍‌ରେ ରଖାଯାଇଛି। ଶିକ୍ଷା ସହ ସଂସ୍କୃତି, ପର୍ଯ୍ୟଟନ, ଶିଳ୍ପ, କୃଷି, ବୟନଶିଳ୍ପର ବି ବିକାଶ ପାଇଁ ମଧ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ସେହିପରି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ, କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ରକ୍ଷା କରିବା ସହ କୋରାପୁଟ ଜିଲ୍ଲାରେ କେନ୍ଦ୍ରୀୟ ଓ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ

ବିକ୍ରମଦେବ ମଦେବ ବିଶ୍ବବିଦ୍ୟାଳୟର ଭିତ୍ତଭୂମି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଉନ୍ନତୀକରଣ ନିମନ୍ତେ ପିଏମ୍ ଉଷା ଯୋଜନାରେ ପୂର୍ବରୁ ୨୦କୋଟି, ବର୍ତ୍ତମାନ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କହିଥିଲେ । ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ମଲ୍ଲିକ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶକୁ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ବ ଦେଉଥିବା କହିଥିଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୋରାପୁଟ ଏବଂ ଜୟପୁରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଏବଂ ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ନିମନ୍ତେ । ଏସ୍‌ପି ଶ୍ରୀ ବର୍ମା ଏବଂ ଏସ୍‌ତିପିଓ ପାର୍ଥ କାଶ୍ୟପ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button