DIstrictHealthNationOdisha

ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର,୦୬/୦୭ : ଶୋଇଥିବା ସମୟରେ ସାପ କାମୁଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ପଡୋଶୀ ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଅଧିନ ନୂଆଗାଁ ଗ୍ରାମର ରୋହିତ ବେହେରାଙ୍କ ପତ୍ନୀ ରୁନୁ ବେହେରା(୩୫)।

ରୋହିତ ବାହାରେ ରହି କାମ କରୁଥିବା ବେଳେ ଗତକାଲି ଖାଇପିଇ ଶୋଇଥିବା ସମୟରେ ଏକ ଚିତି ସାପ ରୁନୁକୁ କାମୁଡିଥିଲା। ଫଳରେ ଚିତ୍କାର କରିବାରୁ ପରିବାରର ଲୋକେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ରୁନୁଙ୍କ ଶାଶୂ ପ୍ରମିଳା ପ୍ରକାଶ କରିଛନ୍ତି। ଏହାପରେ ପୁଲିସ୍ କେସ୍ ନମ୍ବର ୨୦/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ରୁନୁଙ୍କ ୨ଟି ସନ୍ତାନ ରହିଥିବା ବେଳେ ଏଭଳି ଅକାଳ ବିୟୋଗରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button