
ଭଞ୍ଜନଗର,୦୬/୦୭ : ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନାରେ ନୂତନ ଥାନାଧିକାରୀଣୀ ଭାବେ ଶୁଭଲକ୍ଷ୍ମୀ ପୂଜାରୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଗାଙ୍ଗପୁର ଥାନାରେ କାର୍ଯ୍ୟରତ ଥିଲେ। ତାରାସିଙ୍ଗି ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବା ସହ ନିଶାଦ୍ରବ୍ୟ ଚୋରା ଚାଲାଣ, ଗାଈଗୋରୁ ଗୋଚାଲାଣ ବନ୍ଦ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀମତୀ ପୂଜାରୀ କହିଛନ୍ତି।