
ଭଞ୍ଜନଗର,୦୬/୦୭: ଭଞ୍ଜନଗର ଥାନା ସହରତଳି ଲଣ୍ଡେଇସାହି ରାସ୍ତାରେ ରବିବାର ଅପରାହ୍ନରେ ଏକ କାର ଦୋକାନ ଭିତରେ ପଶିଯାଇ ଦୁର୍ଘଟଣା ଗସ୍ତ ହୋଇଛି। ଫଳରେ ଦୋକାନ ସମ୍ମୁଖରେ ବସିଥିବା ଗୋରା ଚାନ୍ଦ ପଟ୍ଟନାୟକ(୬୫)ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ପରେ ଚାଳକ ଫେରାର ହୋଇଯାଇଛନ୍ତି। ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ସୂଚନା ପ୍ରକାରେ, କାର୍ ଟି ଲଣ୍ଡେଇସାହି ଭିତରୁ ସହର ଆଡ଼େ ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ମୁରଲୀ ରାଉତଙ୍କ ଦୋକାନ ଭିତରେ ପଶିଯାଇଥିଲା। ଫଳରେ ଦୋକାନ ସମ୍ମୁଖରେ ବସିଥିବା ଗୋରା ଚାନ୍ଦ ଗୁରୁତର ହୋଇଥିଲେ। ଏଥିସହ ପଡ଼ୋଶୀ ଘର ଏକ ସାଇକେଲ ଗୁଣ୍ଡ ହୋଇଯାଇଛି ।
ଦୁର୍ଘଟଣା ସମୟରେ ଦୋକାନ ମାଲିକ ମୁରଲୀ ତାଙ୍କର ପଡ଼ିଶା ଦୋକାନରେ ଥିବା ଯୋଗୁ ସେ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। କିନ୍ତୁ ତାଙ୍କର ଦୋକାନ ଘର ସମେତ ଅନ୍ୟାନ୍ୟ ଜିନିଷପତ୍ର ନଷ୍ଟ ହୋଇଯାଇଛି।