DIstrictEducationEntertainmentNationOdishaPolitics

ଗଜପତି ଜିଲ୍ଲାରେ ବ୍ରାହ୍ମଣ ଜାତିକୁ ଆକ୍ଷେପ କରି କଡ଼ା ମନ୍ତବ୍ୟ ଦେବା ପ୍ରତିବାଦରେ ମୋହନା ବ୍ରାହ୍ମଣ ସମାଜ ପକ୍ଷରୁ ଥାନାରେ ଏତଲା

ପାରଳାଖେମୁଣ୍ଡି,୦୬/୦୭: ଗଜପତିରେ ଗଣମାଧ୍ୟମ ସମ୍ମୁଖରେ ବ୍ରାହ୍ମଣ ଜାତିକୁ ଆକ୍ଷେପ ଓ କଟୁ ମନ୍ତବ୍ୟ ଦେବା ପ୍ରତିବାଦରେ ଗତକାଲି ମଧ୍ୟାହ୍ନରେ ମୋହନା ଥାନାରେ ଲିଖିତ ଅଭିଯୋଗ ହୋଇଛି. ସ୍ଥାନୀୟ ବ୍ରାହ୍ମଣ ସମାଜ କର୍ମକର୍ତ୍ତା ଗଜପତି ଜିଲ୍ଲା ମୋହନାରେ ଚଳିତ ମାସ ୧ ତାରିଖରେ ବିଭିନ୍ନ ସଙ୍ଗଠନ ଓ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା।

ଏହି ଭାରତ ବନ୍ଦ ଡାକରାରେ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର କିଛି କର୍ମୀ ବିଜେପି,ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଓ ବ୍ରାହ୍ମଣ ସମାଜ (ଜାତି)କୁ ଆକ୍ଷେପ ଓ କଟୁ ମନ୍ତବ୍ୟ ଦେଇ କହିଥିଲେ , ଆମେ ମୂଳ ନିବାସୀ ଓ ବ୍ରାହ୍ମଣମାନେ ବିଦେଶରୁ ଆସିଛନ୍ତି ସେମାନେ ଦଳିତ ଓ ପଛୁଆ ବର୍ଗଙ୍କୁ ତଳି ତଳାନ୍ତ କରୁଛନ୍ତି। ଏମାନେ ଦଙ୍ଗା ସୃଷ୍ଟିକାରୀ ବୋଲି କହିଥିଲେ।
ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୋହନା ବ୍ରାହ୍ମଣ ସମାଜ ଏହାକୁ ତୀବ୍ର ବିରୋଧ କରିବା ସହ ଏଭଳି ମନ୍ତବ୍ୟକୁ ଦୃଢ଼ ପ୍ରତିବାଦ କରି ବ୍ରାହ୍ମଣ ସମାଜ ବିରୋଧରେ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ନେଇ ଦାବି କରି ମୋହନା ଥାନାରେ ଲିଖିତ ଅଭିଯୋଗ କରାଯାଇଛି. ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ ଜିଲ୍ଲା ଓ ସାରା ରାଜ୍ୟକୁ ବ୍ୟାପିବା ସହ ଆନ୍ଦୋଳନ ବ୍ୟାପକ ହେବ ବୋଲି କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଚେତାବନୀ ଦେଇଛନ୍ତି।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button