BusinessDIstrictEducationEntertainmentHealthKoraputNationOdisha

ବିଶ୍ବ ବଜ।ରରେ କୋରାପୁଟ କଫିର ଚ।ହିଦ। ବଢୁଛି ଆଲୋଚନା କହିଲେ କେଦ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

କୋରାପୁଟ, 6/7 :ଆଲୋଚନା କାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବିଶ୍ବ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି । ବର୍ତମାନ ସମୟରେ ଏହା ଏକ ଲାଭବାନ ଚାଷରେ ପରିଣତ ହୋଇଛି ।

ବିଶ୍ବରେ କୋରାପୁଟକୁ ‘ବ୍ରାଣ୍ଡ୍ କୋରାପୁଟ୍’ କରିବାକୁ ହେଲେ ଏହି ସ୍ବତନ୍ତ୍ର କଫିର ଉତ୍ପାଦନ ବଢାଇବା ଦିଗରେ ଆମେ ସାମୂହିକ ପ୍ରୟାସ କରିବା ଉଚିତ୍ ବୋଲି ସେ କହିଥିଲେ ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଫି ବୋର୍ଡର ଅଧୂକାରୀଙ୍କ ସହ ଆଲୋଚନା କରିବା ଅବସରରେ ଜାଣିବାକୁ ପାଇଥିଲେ ଯେ କୋରାପୁଟ ଜିଲ୍ଲାରେ ୭୦୦୦ ହେକ୍ଟର ପରିମିତ ଜମିରେ କଫି ଚାଷ ହେଉଛି । କୋରାପୁଟ, ସେମିଳିଗୁଡ଼ା, ଲକ୍ଷ୍ମୀପୁର,ଦଶମନୁପୁର, ପଟ୍ଟାଙ୍ଗି, ନନ୍ଦପୁର ଏବଂ ଲମତାପୁଟ ବ୍ଲକରେ କଫି ଚାଷ ହେଉଛି । ସ୍ବୟଂ ସଂଗଠନର ମହିଳାଙ୍କ ଦ୍ବାରା ଏହା ପରିଚାଳିତ ହେଉଛି । ଏଠାରେ ବାର୍ଷିକ ୬୦୦ ଟନ କଫି ଉତ୍ପାଦନ ହେଉଛି, ଯାହାର ବାର୍ଷିକ ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କାରୁ ଅଧୂକ ହେବ ।

କଫିର କଞ୍ଚାମାଲ କେଜି ପ୍ରତି ୫୦୦ ଟଙ୍କା ବିକ୍ରି କରାଯାଉଛି । ଆଗାମୀ କୋରାପୁଟ ସମେତ କଫି ଚାଷକୁ ଆଗକୁ ବଢାଇବାର ଲକ୍ଷ୍ୟ ରଖାଯାଇଛି।କୋରାପୁଟ ସ୍ଥିତ କଫି ଗାର୍ଡେନ୍ ପରିଦର୍ଶନ କରିବା ସହ ଚାଷରେ ନିୟୋଜିତ ହୋଇଥ‌ିବା ଅଧୂକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କଲେ। ବିଶ୍ବ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି । ବର୍ତ୍ତମାନ ସମୟରେ ଏହା ଏକ ଲାଭବାନ ଚାଷରେ ପରିଣତ ହୋଇଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button