BusinessDIstrictEducationHealthNationNawarangpurOdishaPolitics

ଘରକୁ ଫେରିଲା 2ଦାଦନ ଶ୍ରମିକଙ୍କ ମର ଶରୀର, ଶକାକୁଳ ପରିବେଶରେ ହେଲା ଶେଷକୃତ ସମ୍ପନ୍ନ

ଝରିଗାଁ ତା 04/07- ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଭିକ୍ଷା ପଞ୍ଚାୟତ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକ କୃଷ୍ଣ ଗୌଡ଼ଙ୍କ ପୁଅ ରମେଶ ଗୌଡ଼ (22) ଏବଂ ହରିଚନ୍ଦ୍ର ଭତ୍ରାଙ୍କ ପୁଅ ଚଇତୁ ଭତ୍ରା(23) ତେଲଙ୍ଗାନାର ସାଙ୍ଗାରେଡ଼ି ଜିଲ୍ଲାର ପଶାମୟାଲାରାମରେ ଥୂବା ସିଗାଚି ଇଣ୍ଡଷ୍ଟ୍ରିଜ ଔଷଧ କାରଖାନାରେ ଗତ ସୋମବାର ଦିନ ୨ ଘଣ୍ଟା ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣ ହେବା ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ ଯୋଗେ ଆଜି ମର ଶରୀର ନିଜ ଗ୍ରାମକୁ ପରିବାର ଲୋକ ଆଣିଥୁଲେ।


ଆଜି ଦିନ ପ୍ରାୟ ସାଢ଼େ ତିନି ଘଣ୍ଟା ସମୟରେ ରମେଶଙ୍କ ମର ଶରୀର ପହଞ୍ଚି ଥୁବା ବେଳେ ସନ୍ଧ୍ୟା ସାଢ଼େ ପାଞ୍ଚ ଘଣ୍ଟା ସମୟରେ ଚଇତୁଙ୍କ ମର ଶରୀର ଗାଁ ରେ ପହଞ୍ଚିଥିଲା।ଶେଷରେ କୋଦଭଟ୍ଟା ଗ୍ରାମ ଶ୍ମଶାନ ରେ ଶୋକାକୁଳ ପରିବେଶରେ ଶେଷକୃତ ସଂପନ୍ନ ହୋଇଥିଲା। କମ୍ପାନୀ ପକ୍ଷରୁ ଶବ ଆଣିବା ପାଇଁ ଆମ୍ବୁଲାନ୍ସ ଯୋଗାଇଦେବା ସହ ଶବ ଦାହ ପାଇଁ ଆର୍ଥିକ ସହାୟତା ଏକ ଲକ୍ଷ ଯୋଗାଇ ଦେଇଥୁବା ସୂଚନା ମିଳିଛି।ଏଠାରେ ପ୍ରକାଶ ଯେ କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରା ସହ ଆଖପାଖ ଗ୍ରାମର କିଛି ଶ୍ରମିକ ମିଶି ଏକ ମାସ ତଳେ ତେଲଙ୍ଗାନା ଔଷଧ କାରଖାନାରେ କାମ କରିବା ପାଇଁ ଯାଇଥିଲେ।ତେବେ କାମ କରିବା ସମୟରେ ସୋମବାର ଦିନ ୨ ଘଣ୍ଟା ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣ ହୋଇଥିଲା।ବିସ୍ଫୋରଣ ଯୋଗୁଁ କୋଦଭଟ୍ଟା ଗ୍ରାମର ରମେଶ ଗୌଡ଼ ଏବଂ ଚଇତୁ ଭତ୍ରାଙ୍କ ମୃତ୍ୟୁ ହୋଇଥୁଲା।ଘଟଣା ନେଇ ସାଥ୍‌ ହୋଇ ଯାଇଥୁବା ଅନ୍ୟଜଣେ ଶ୍ରମିକ କୃଷ୍ଣ ଗୌଡ଼ଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ।ଖବର ପାଇ ୱାର୍ଡ ସଭ୍ୟ କୁମ ଭତ୍ରା,ଶୁକମନ ଗୌଡ଼,ଚଇତୁ ଭତ୍ରା,ବଳି ଗୌଡ଼ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଗତକାଲି ରାତ୍ର 11 ଘଣ୍ଟା ସମୟରେ ଡି ଏନ ଏ(DNA) ପରୀକ୍ଷା ପରେ ପରିବାର ଲୋକଙ୍କୁ ମର ଶରୀର ପ୍ରଦାନ କରାଯାଇଥୁଲା।ଝରିଗାଁ ରୁ ମୁରଲୀଧର ହରିଜନ ଙ୍କ ରିପୋର୍ଟ କଳିଙ୍ଗ ଫୋକସ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button