DistrictEntertainmentHealthNationNawarangpurOdishaPolitics

ମୁଖ୍ଯମନ୍ତ୍ରୀଙ୍କ ଦ୍ବାରା ଶବରୀ ଭବନ ଶୁଭ ଉଦ୍‌ଘାଟନ

ନବରଙ୍ଗପୁର,୪/୭: ଶବରୀ ସାଂସ୍କୃତିକ ସଂସଦ ପ୍ରୟାସରେ ନବନିର୍ମିତ ସ୍ଵଳ୍ପକାଳୀନ ବିଶ୍ରାମ ଗୃହ ଶବରୀ ଭିନର ଶୁଭଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ ଶବରୀ ସାଂସ୍କୃତିକ ପରିଷଦ ର ସଭାପତି ତଥା ଓଡିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଧ୍ଯକ୍ଷତା କରିଥିବା ବେଳେ, ସମ୍ପୂର୍ଣ କାର୍ଯ୍ୟକ୍ରମକୁ ଆଦିବାସୀ ଅଧୁଷ୍ଠିତ ନବରଙ୍ଗପୁର ଜିଲ୍ଲା ଉମରକୋଟର ଝିଅ ଇ. ଚନ୍ଦନା ମଲ୍ଲିକ ଅତି ସୁନ୍ଦର ଭାବେ ପରିଚାଳନା କରି ଅତିଥୁ ମାନଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ ପୂର୍ବତନ ମନ୍ତ୍ରୀ, ନବରଙ୍ଗପୁର ସାଂସଦ ତଥା ଶବରୀ ସଂସ୍କୃତି ପରିଷଦର ପୂର୍ବତ୍ତନ ସଭାପତି ରମେଶ ଚନ୍ଦ୍ର ମାଝୀ, ରାଜ୍ୟସଭା ସଂସଦ ଜନାବ ମୁଜିବୁଲା ଖାନ,

ଉପଦେଷ୍ଟା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡମ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖୁଲ, ଝରୀଗାଁ ବିଧାୟକ ନର୍ସିଙ୍ଗ ଭଦ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, କୋଟପାଡ଼ ବିଧାୟକ ରୂପୁ ଭଦ୍ରା, କୋରାପୁଟ ବିଧାୟକ ରଘୁରାମ

ମାଛ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ରାୟଗଡା ବିଧାୟକ କାର୍ଜରକା ଅପ୍ଲସ୍ୱାମୀ, ବିଷମକଟକ ବିଧାୟକ ନୀଳମାଧ ହିକ୍କା ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଏବଂ ଶବରୀ ସାଂସ୍କୃତିକ ପରିଷଦର ଉପସଭାପତି ଗୋଦାବରୀଶ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥୁ ଭାବେ ଯୋଗଦେଇ ଶବରୀ ଭବନଶବରୀ

ସାଂସ୍କୃତିକ ଅନୁଷ୍ଠାନର ପ୍ରୟାସରେ ନିର୍ମିତ ଏକ ସ୍ଵଳ୍ପ କାଳୀନ ବିଶ୍ରାମ ଗୃହ ଅବିଭକ୍ତ କୋରାପୁଟ ଜିଲ୍ଲାର ଅଧୁବାସୀ ମାନଙ୍କର ଦୀର୍ଘ ବର୍ଷର ଆଶା, ଆକାଂକ୍ଷା, ଅଭାବ ଓ ଆବଶ୍ୟକ‌ତା ପୂରଣ ପାଇଁ ଏକ ବିନମ୍ର ପ୍ରୟାସ ବୋଲି କହିଥିଲେ। ରାଜଧାନୀର କଳେବର ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସୁଦୂର ଅବିଭକ୍ତ କୋରାପୁଟ ଜିଲ୍ଲାରୁ

ପ୍ରତିଦିନ ବହୁ ସଂଖ୍ୟାରେ ଏହି ଜିଲ୍ଲାର ଅଧୁବାସୀ ମାନେ ବିଭିନ୍ନ ଜରୁରୀ କାର୍ଯ୍ୟରେ ରାଜଧାନୀ ଆସିଥାନ୍ତି। ସେମାନଙ୍କର ଅଭାବ ଏବଂ ଆବଶ୍ୟକ‌ତା ମଧ୍ୟ ବହୁଗୁଣିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖ୍ ଶବରୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ପ୍ରକଳ୍ପ ର ପରି କଳ୍ପ ନା କରାଯାଇଥିଲା, ବିଭିନ୍ନ ଆକ ପ୍ରତିବନ୍ଧକ ଯୋଗୁଁ ଏହାକୁ ସମ୍ପୂର୍ଣ କରିବାକୁ ଦୀର୍ଘ ୧୦ ବର୍ଷ ରୁ ଅଧୁକ ସମୟ ଲାଗିଲା । ଏହି ୫ ମହଲା ବିଶିଷ୍ଟ ନବ ନିର୍ମିତ କୋଠା ବିଳମ୍ବ ହେଲେ ମଧ୍ୟ ଅବିଭକ୍ତ କୋରାପୁଟ ଅଞ୍ଚଳ ବାସୀଙ୍କ କାମରେ ଆସିବ ବୋଲି ମୁଖ୍ୟ ଅତିଥ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପସ୍ଥିତ ସମସ୍ତ ଅତିଥୁ ମତ ଦେଇଛନ୍ତି । ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଇ. ଚନ୍ଦନା ମଲ୍ଲିକଙ୍କୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଇ. ଚନ୍ଦନା ମଲ୍ଲିକ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button