
ଭଞ୍ଜନଗର,୦୪/୦୭ : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବିଦ୍ୟାବିହାର ପରିସରରେ ୭୬ ତମ ବନ ମହୋତ୍ସବ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ଡି.ଏଫ୍.ଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚାରା ରୋପଣ କରିବା ସହ ସାଂପ୍ରତିକ ପରିସ୍ଥିତିରେ ବିଶ୍ବ ତାପନ ଭଳି ସମସ୍ୟାର ସଫଳ ମୁକାବିଲା କରିବା ପାଇଁ ବୃକ୍ଷର ଆବଶ୍ୟକତା ସମ୍ବନ୍ଧୀୟ ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ା
କେନ୍ଦ୍ରୀୟ ବନାଞ୍ଚଳ ରେଞ୍ଜର ପୃଥ୍ବୀରାଜ ପ୍ରଧାନଙ୍କ ସମେତ ଦୁଇ ଯୁବ ଏ.ସି.ଏଫ୍ ବିବେକ କୁମାର ଦାସ ଓ ନିର୍ମଳ ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଚାରା ବଣ୍ଟନ କରିବା ସହ ପରିବେଶ ସୁରକ୍ଷାରେ ବୃକ୍ଷର ଭୂମିକା ଉପରେ ଆଲୋକପାତ କରିଥିଲେ ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍କାଉଟ,ଏନ୍.ଏସ୍.ଏସ୍ ଓ ରେଡ କ୍ରସ ୱିଙ୍ଗର ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ ା ସ୍କାଉଟ ରୋଭର ଲିଡର ଅଧ୍ୟାପକ ପି.ଦିପକ ରାଓ, ରେଞ୍ଜର ଲିଡର ଅଧ୍ୟାପିକା ଜୟଶ୍ରୀ ସେଠୀ, ଜାତୀୟ ସେବା ଯୋଜନା ( ଏନ୍.ଏସ୍.ଏସ୍ ) ଅଧିକାରୀ ଅଧ୍ୟାପକ ଭବାନୀ ଶଙ୍କର ରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଯୁବ ରେଡକ୍ରସର ସ୍ବେଚ୍ଛାସେବୀ ବୃନ୍ଦଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବନ ବିଭାଗର କର୍ମଚାରୀ ବନରକ୍ଷୀ ବୁଲୁ ନାଇକଙ୍କ ସମେତ ସ୍କ୍ବାଡ ଶିବରାମ ସ୍ବାଇଁ,ଅମିତ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ା
କାର୍ଯ୍ୟକ୍ରମକୁ ରସାୟନ ବିଜ୍ଞାନ ବିଭାଗ ପ୍ରତିପାଦକ ଦେବେଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ପ୍ରଦୀପ ଦିଗାଲ,ଗାଙ୍ଗୁଲି ପାଲଟା ସିଂ, ଅର୍କଧ୍ବଜ ପଣ୍ଡା, ଜଗତ ରଞ୍ଜନ ବିଶ୍ବାଳ, ଆଶୁତୋଷ ପ୍ରଧାନ, ମନୋଜ କଅଁର, ଅଧ୍ୟାପିକା ରୁନିବାଳା ତ୍ରିପାଠୀ,ସୁନିତା ଦଳବେହେରା,କିରଣ କଅଁର,ଭାରତୀ ବିଶ୍ବାଳ ଓ ଗାର୍ଡେନର ରମେଶ ଚନ୍ଦ୍ର ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ା
କାର୍ଯ୍ୟକ୍ରମ ଶେଷରେ ଛାତ୍ର ଛାତ୍ରୀଙ୍କୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ” ଏକ୍ ପେଡ- ମା’ କେ ନାମ୍ ” ବାର୍ତ୍ତା ପ୍ରଦାନ ସହ ଚାରା ବଣ୍ଟନ କରାଯିବା ସହ ନିଜ ଘରେ ଏହାକୁ ରୋପଣ କରି ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା ା ଶେଷରେ ଓଡିଆ ବିଭାଗ ଅଧ୍ୟାପକ ତ୍ରିନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।