DIstrictEntertainmentHealthNationOdishaPolitics

ନାବାଳିକା ଯୁବତୀଙ୍କୁ ଅପହରଣ ପରେ ହତ୍ୟା ମାମଲାରେ ଦୁଇ ଗିରଫ

ଭଞ୍ଜନଗର,୦୪/୭ : କନ୍ଧମାଳ ଓ ଗଞ୍ଜାମ ସୀମାନ୍ତ ଗସମାହା ଜଙ୍ଗଲରେ ଗତ ମାସ ୨୯ ତାରିଖ ଦିନ ଏକ ନରକଙ୍କାଳ ଓ ଖପୁରୀ ମିଳିଥିଲା।

ଭଞ୍ଜନଗର ଥାନାରେ ହୋଇଥିବା ଭାଲୁଗୁଡା ଗ୍ରାମର ଜଗନ୍ନାଥ ମଲ୍ଲିକଙ୍କ ଝିଅ ଝରଣା ମଲ୍ଲିକଙ୍କ ଅପହରଣ ମାମଲା ସହ ସଂପୃକ୍ତି ଥିବା ନେଇ ପୁଲିସ୍ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିବା ବେଳେ ଏହି ମାମଲାରେ ପୁଲିସ୍ ଶୁକ୍ରବାର ଉକ୍ତ ନାବାଳିକାକୁ ନେଇଥିବା ଯୁବକ ଓ ତାର ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ତାରସିଂ ଥାନା ଡିମିରିଝୋଳି ଗ୍ରାମର ଲଲାକ ମଲ୍ଲିକ ଓ ଚକାପାଦ ଥାନା ନିଧିଆବେଣା ଗ୍ରାମ ଶିବ ଶଙ୍କର ମଲ୍ଲିକ ଉଭୟଙ୍କୁ ଝରଣାକୁ ହତ୍ୟା କରି ଜଙ୍ଗଲରେ ଝୁଲାଇ ଦେବା ଅଭିଯୋଗରେ ଗିରଫ କରାଯାଇଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ,ଭାଲୁଗୁଡା ଗ୍ରାମର ଜଗନ୍ନାଥ ମଲ୍ଲିକ ସୋରଡାରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଘରେ ଛୋଟ ପୁଅ ଓ ଝିଅ ରହିଥିଲେ। ସେ ଘରକୁ ଫେରିବା ପରେ ଝିଅ ଘରେ ନଥିବା ପାଇ ଖୋଜାଖୋଜି କରିବା ପରେ ଡିମିରିଝୋଳି ଗ୍ରାମର ଲଲାକ ମଲ୍ଲିକ ତାକୁ ଅପହରଣ କରି ନେଇଥିବା ସହ ତାକୁ ମାରପିଟ କରୁଥିବା ଜାଣିବାକୁ ପାଇ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଗସମାହା ଜଙ୍ଗଲରେ କଙ୍କାଳ ଓ ସେଠାରେ ଥିବା କପଡା,ଚୁଟି ଆଦି ଦେଖି ତାହା ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ। ଜଗନ୍ନାଥ ଭଞ୍ଜନଗର ଥାନାରେ ଦେଇଥିବା ଏତଲା ପ୍ରକାରେ ପୁଲିସ୍ କେସ୍ ନମ୍ବର ୭୩୭/୨୫ ରେ ମାମଲାର ତଦନ୍ତ କରି କଙ୍କାଳ ମିଳିବାର ପ୍ରାୟ ଏକ ମାସ ପୂର୍ବରୁ ଲଲାକ ଝରଣାକୁ ନେଇ ପଳାଇଥିବା ବେଳେ ପ୍ରଥମେ ନିଜ ଗ୍ରାମ ଡିମିରିଝୋଳିରେ କିଛି ଦିନ ରହିବା ପରେ ଭିଣୋଇ ଘର ଶିବଙ୍କ ଘର ନିଧିଆବେଣିରେ ନେଇ ରଖିଥିଲା। ଏହାପରେ ଝରଣା ସଂର୍ପକରେ କୌଣସ ଖୋଜ ଖବର ମିଳିନଥିବା ବେଳେ ପାରିବାରିକ ବିବାଦ ପାଇଁ ଉଭୟ ଶଳା ଭିଣୋଇ ତାକୁ ହତ୍ୟା କରି ଜଙ୍ଗଲରେ ଝୁଲାଇ ଆତ୍ମହତ୍ୟା ରୂପ ଦେଇଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button