DIstrictKoraputNationOdishaPolitics

ଖ୍ରୀଷ୍ଟ ସଂପ୍ରଦାୟର ନବବର୍ଷ ପାଳନ

ବୈପାରିଗୁଡ଼ା, ୧/୧ (ଇମିସ): ବୈପାରିଗୁଡ଼ା ବ୍ଲକରେ ବସବାସ
କରୁଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ତରଫରୁ ଧୁମଧାମରେ ନବବର୍ଷ ବର୍ଷ ପାଳିତ ହୋଇଯାଇଛି। ବୈପାରିଗୁଡାସ୍ଥିତ ଜେଇଏଲ୍‌ସି, ନ୍ୟୁ ଜେଇଏଲ୍‌ସି ଏବଂ ଆପୋଷ୍ଟଲିକ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରାଯିବା ସହ ପୁରୁଣା ବର୍ଷକୁ ବିଦାୟ ଦେଇ ନୂତନ ବର୍ଷକୁ ସ୍ବାଗତ କରାଯାଇଥିଲା। ଏଥିସହ ସମଗ୍ର ବିଶ୍ବର ସୁଖ ସମୃଦ୍ଧି ଏବଂ ଶାନ୍ତି କାମନା କରାଯାଇଥିଲା ।


ଏହି ଅବସରରେ ବାଳକ ଓ ବାଳିକାଙ୍କୁ ନେଇ କ୍ରୀଡ଼ା ପ୍ରତିଯୋଗିତା, ମହିଳାମାନଙ୍କ ମଧ୍ୟରେ ସଂଗୀ ଗୀତ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନବବର୍ଷ ପାଇଁ ଚର୍ଚ୍ଚ ଗୁଡ଼ିକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ଏହି ଅବସରରେ ନ୍ୟୁ ଆପୋଷ୍ଟ୍ଲିକ୍ ଚର୍ଚ୍ଚର ପ୍ରାଚୀନ ସୁନାମ ନାୟକ, ନ୍ୟୁ ଜେଇଏଲ୍‌ସି ଚର୍ଜର ସଭାପତି ପ୍ରବୀଣ ପାତ୍ର, ସଂପାଦକ ଅନୀଲ ବାଘ, ପ୍ରାଚୀନ ଦିଲୀପ ବାଘ, ଉପଦେଷ୍ଟା ଦିୱାନ ବାଘ, ଯୋଗେନ ପାତ୍ର, ନବୀନ ନାଗ, ୱିଲସେନ ଖରା ଏବଂ ଜେଇଏଲ୍‌ସି ଚର୍ଜର ସଭାପତି ଈଶ୍ବର ଚନ୍ଦ୍ର ଟାକ୍ରି, ସଂପାଦକ ଇସ୍‌ମାଇଲ ତୁର୍କୁ ପ୍ରମୁଖ ଉପସ୍ଥିତ ଥିଲେ।

Sudarsan Rana (Block Reporter) Lamtaput

Related Articles

Leave a Reply

Your email address will not be published. Required fields are marked *

Back to top button