DIstrictEducationNationOdishaPolitics

ନେଟୱର୍କ ରହୁନଥିବା ଯୋଗୁଁ ଆର.ଉଦୟଗିରି ବ୍ଲକର ଛେଲାଗଡ ଓ ଡାବରାଗୁଡ଼ା ପଂଚାୟତ ବାସି ଆସନ୍ତା ୧୭ ରିଖରେ ଆନ୍ଦୋଳନକୁ ଓହ୍ଲାଇବେ ଦୁଇ ଖଣ୍ଡ ପଞ୍ଚାଯତବାସି.

ପାରଳାଖେମୁଣ୍ଡି, ୪/୭: ଆଧୁନିକ ଦୁନିଆରେ ମୋବାଇଲ ଓ ଇଣ୍ଟରନେଟ ଭଳି ସେବା ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକୀୟ ହୋଇ ପଡିଥିବା ବେଳେ ଏବେ ବି ଉପାନ୍ତ ଅଞ୍ଚଳର ଜନସାଧାରଣ ମୋବାଇଲ୍ ନେଟୱର୍କ ସେବାରୁ ବଞ୍ଚିତ l ଯାହାକୁ ନେଇ ଅଞ୍ଚଳବାସୀ ବହୁବାର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରି ଅସ୍ଥିଲେ ମଧ୍ୟ ସମସ୍ୟା ଦୂର ହୋଇ ପାରିନାହିଁ l ଫଳରେ ଆସନ୍ତା ୧୭ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଦୁଇ ଖଣ୍ଡ ପଞ୍ଚାୟତବାସି l ଗଜପତି ଜିଲ୍ଲା ଆର୍. ଉଦୟଗିରୀ ବ୍ଲକ୍ ଛେଲାଗଡ ଓ ଡ଼ାବରାଗୁଡ଼ା ପଞ୍ଚାୟତବାସୀଙ୍କ ଦୁଃଖ କହିଲେ ନ ସରେ l


ବର୍ଷ ବର୍ଷ ଧରି ନେଟୱାର୍କ୍ ସମସ୍ୟା ଭୋଗି ଆସୁଛନ୍ତି ଦୁଇ ଖଣ୍ଡ ପଞ୍ଚାୟତର ବହୁ ଗ୍ରାମବାସୀ l ନେଟୱାର୍କ୍ ନ ଥିବାରୁ ଛାତ୍ର ଛାତ୍ରୀଙ୍କ ଅନଲାଇନ୍ ପାଠ ପଢା ସମେତ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ପାଉବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ l ନେଟୱାର୍କ ନ ଥିବାରୁ ସରକାରୀ ସେବା ବାଧାପ୍ରାପ୍ତ ହେଉଛି l ବିଏସଏନ୍ଏଲ୍ ବିଭାଗ ପକ୍ଷରୁ ଛେଲାଗଡରେ ନେଟୱର୍କ ସେବା ଯୋଗାଇବା ପାଇଁ ଟାୱାର ସ୍ଥାପନ ହୋଇଛି l ହେଲେ ଆଜିକୁ ୮ ମାସ ହେଲା ଅଚଳ ହୋଇ ପଡିଛି l ଏଥିସହ ଛେଲାଗଡ ପଞ୍ଚାୟତ ଓ ଡ଼ାବରାଗୁଡ଼ା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଟାୱାର ସ୍ଥାପନ ହୋଇଥିଲେ ମଧ୍ୟ ଆଜି ଯାଏଁ ତାହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ l ଫଳରେ ଅଞ୍ଚଳବାସୀ ନେଟୱର୍କ ସେବା ପାଇନରୁ ବଂଚିତ ଅଛନ୍ତି l ସମସ୍ୟା ନେଇ ଅଞ୍ଚଳବାସୀ ବହୁବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମେତ ବିଭାଗୀୟ ଅଧିକାରୀମାନଙ୍କୁ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ସମସ୍ୟା ର ସମାଧାନ ହୋଇ ପାରିନାହିଁ l

ଫଳରେ ବାଧ୍ୟ ହୋଇ ଆସନ୍ତା ୧୭ ତାରିଖରେ ଦୁଇ ଖଣ୍ଡ ପଞ୍ଚୟତବାଶି ମକାପଦା ଛକ ଠାରେ ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ନେବା ସହ ଆଜି ଜିଲ୍ଲାପାଳ ଓ ଏସପି ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button