
ପାରଳାଖେମୁଣ୍ଡି,୪/୭: ଗଜପତି ଜିଲ୍ଲା ପୋଲିସର ଅତର୍କିତ ଚଢ଼ାଉରେ ୭ ଜଣ ଜୁଆଡ଼ି ଗିରଫ ହୋଇଥିବା ବେଳେ ୩ ଲକ୍ଷ ୬୯ହଜାର ଟଙ୍କା ଜବତ ହୋଇଛି. ଏଥିସହ ୩୦ ଗୋଟି ମଟର ସାଇକେଲ ଜବତ ହୋଇଛି. ଘଟଣାରୁ ପ୍ରକାଶଯେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଅତର୍କିତ ଭାବେ କୁର୍ଲଣ୍ଡା ଗ୍ରାମ ନିକଟସ୍ଥ ଏକ କାଜୁ ତୋଟାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢଉ କରିଥିଲା ଚଢଉ ବେଳେ ପୋଲିସ ଆସୁଥିବା ଦେଖି ବହୁ ଜୁଆଡି ଦୌଡି ପଳାଇଥିବା ବେଳେ ୭ ଜଣ ଧରା ପଡ଼ିଥିଲେ |
ଜୁଆଆଡ୍ଡାରୁ ୩ଲକ୍ଷ ୬୯ ହଜାର ୨ଶହ ନଗଦ ଟଙ୍କା ଓ ଘଟଣା ସ୍ଥଳରୁ ୩୦ ବାଇକକୁ ଜବତ କରାଯାଇଛି। ୩୦ ବାଇକ ମାଲିକଙ୍କ ନାମ ଠିକଣା ବାହାର କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଠାରେ ସୂଚନାଯୋଗ୍ୟଯେ, ଗୋଷାଣୀ ବ୍ଲକର କେତେକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ବର୍ଷସାରା ଜୁଆ ଖେଳ ଚାଲୁ ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି. ଏହି ଜୁଆ ଖେଳରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରୁ ଜୁଆଡ଼ିମାନେ ଆସିଥାନ୍ତି. ପ୍ରତେକ ଦିନ କୋଟି କୋଟି ଟଙ୍କାର ଜୁଆ ଖେଳ ଏଠାରେ ଚାଲିଥାଏ. କେତେକ ସ୍ୱାର୍ଥନେସୀ ସରକାରୀ ଅଧିକାରୀ, ଦଲାଲ ଓ ରାଜନୈତିକ ଟାଉଟରଙ୍କ ସହାୟତାରେ କିଛି ଜଣ ବ୍ୟକ୍ତି ଏହି ଜୁଆ ଖେଳ ଜାରି ରଖିଛନ୍ତି. ପ୍ରତେକ ଦିନ ଏହି ଜୁଆ ଖେଲରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି. ଗଜପତି ପୋଲିସ ଉପଯୁକ୍ତ ବିହିତ ତଦନ୍ତ କଲେ ଏହି ବର୍ଷ ତମାମ ଜୁଆଖେଳ ବିଷୟରେ ବହୁ ରହସ୍ୟ ଉନ୍ମୋଚିତ ହୋଇପାରିବ |