DIstrictEducationHealthKoraputNationOdishaPolitics

ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ସୁନାବେଡ଼ା ସିଡିପିଓ, ଦୁର୍ନୀତି ଉପରେ ଉଚ୍ଚ ଅଧିକାରୀଙ୍କ ଧ୍ୟାନ ଦେବା ଅତି ଆବଶ୍ୟକ

ସୁନାବେଡ଼ା, ୦୩/୦୭: ସୁନାବେଡ଼ା ପୌରାଞ୍ଚଳରେ ଗତ କିଛି ମାସ ଧରି ଜାରି ଥିବା ଏସ୍‌ଏଚ୍‌ଜି ଦୁର୍ନୀତି ଉପରେ ଆଖି ଖୋଲିଛି ଏବେ ସ୍ୱୟଂ ସହାୟିକା ଗୋଷ୍ଠୀ ସମ୍ପର୍କିତ ଅନେକ ଅଭିଯୋଗ। ଏହି ଅଭିଯୋଗର ମୁଖ୍ୟ କେନ୍ଦ୍ରବିନ୍ଦୁ ଅଟୁଛି “ଶାସ୍ଵତି ମହିଳା ମହାସଂଘ” ଓ ତାଙ୍କର ଉପଦେଷ୍ଟା ଅଶ୍ୱିନୀ ପଟ୍ଟନାୟକଙ୍କ ଉପରେ। ଏହାକୁ ନେଇ ଗତ ମାର୍ଚ୍ଚ ୧୯ରେ ହୋଇଥିବା ତଦନ୍ତ ରିପୋର୍ଟ ପରେ ବିବାଦ ବଢ଼ିଥିବା ଦେଖି ସିଡିପିଓ ନଳିନୀ ବେହେରା ଏବେ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସିଡିପିଓ ବେହେରା ଦ୍ୱାରା ଲେଖାଯାଇଥିବା ପତ୍ରରେ ଉଲ୍ଲେଖ ଅନୁଯାୟୀ, ଶାସ୍ଵତି ମହାସଂଘର ଉପଦେଷ୍ଟା ଅଶ୍ୱିନୀ ପଟ୍ଟନାୟକ ତାଙ୍କ ବିରୋଧରେ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ସେ ଏହି ନୋଟିସ୍ ଦ୍ୱାରା ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିଥିବା ସୂଚନା ମିଳିଛି। ସିଡିପିଓ ଏହାକୁ ନେଇ ମାନସିକ ଚାପରେ ଥିବା ଦର୍ଶାଇ ଉପଜିଲାପାଳଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି।

ଏହି ଅଭିଯୋଗ ପୂର୍ବରୁ ଗତ ଫେବୃଆରୀ ମାସରେ ଶାନ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କିଛି ସଦସ୍ୟ ଇନ୍‌କ୍ୟୁରାନ୍ସ ଏବଂ ସଭ୍ୟ ଚାନ୍ଦା ସଂକ୍ରାନ୍ତ ଦୁର୍ନୀତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗ ପରେ ସିଡିଓଙ୍କ ନିର୍ଦ୍ଦେଶରେ ଏକ ୪ ସଦସ୍ୟ ତଦନ୍ତ ଦଳ ଗଠିତ ହୋଇଥିଲା। ତଦନ୍ତ ଦଳ ୧୯ ମାର୍ଚ୍ଚରେ ଦୁଇପକ୍ଷୀୟ ବୈଠକ କରି ଦସ୍ତାବେଜ ଯାଞ୍ଚ କରିଥିଲେ।

ଯେଉଁଥିରେ ଅଭିଯୋଗକାରୀ ଏସ୍‌ଏଚ୍‌ଜି ସମସ୍ତ ଦସ୍ତାବେଜ ଦାଖଲ କରିଥିବା ବେଳେ, ଶାସ୍ତ୍ରତି ମହାସଂଘ ପକ୍ଷରୁ କୌଣସି ସଠିକ୍ ଦସ୍ତାବେଜ ଦାଖଲ କରିପାରିନଥିଲେ। ତାପରେ ତଦନ୍ତ ଟିମ୍ ସିଡିଓଙ୍କୁ ଦସ୍ତଖତ ସହ ରିପୋର୍ଟ ଦେଇଥିଲେ, ଯାହାକୁ ଅଶ୍ୱିନୀ ପଟ୍ଟନାୟକ ଏବେ ଅବୈଧ ଓ ପ୍ରତିଶୋଧମୂଳକ ବୋଲି ଦାବି କରୁଛନ୍ତି।

ପଟ୍ଟନାୟକଙ୍କ ମତାନୁସାରେ, ତାଙ୍କ ବିରୋଧରେ ଜାଣିପାରିବା ଯୋଗ୍ୟ କୌଣସି ପ୍ରମାଣ ଥିଲା ନାହିଁ। ସୂଚନା ଅଧିକାର ଆଧାରରେ ସେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି – ତଦନ୍ତ ଦଳରେ ଯଦି ଚାରି ଅଧିକାରୀ ଥିଲେ, ତେବେ କେବଳ ଗୋଟିଏ ଅଧିକାରୀକୁ ଲକ୍ଷ୍ୟ କରି ନୋଟିସ୍ କାହିଁକି?

ସିଡିପିଓ ବେହେରା ଏହି ଅସମିକ୍ଷା ପରିସ୍ଥିତିକୁ ନେଇ ଉପଜିଲାପାଳଙ୍କୁ ଲିଖିଥିବା ଚିଠିର ନକଲ କପି ଡିଏସ୍‌ଡବ୍ଲ୍ୟୁଓ ଓ ସିଡିଓଙ୍କୁ ମଧ୍ୟ ଦିଅଯାଇଛି। ଏଥିରେ ସ୍ପଷ୍ଟ ଯେ, ଏସ୍‌ଏଚ୍‌ଜି ସଂଗଠନଗୁଡ଼ିକୁ ନିୟନ୍ତ୍ରଣ କରୁଥିବା କିଛି ଉଚ୍ଚ ଅଧିକାରୀ ଓ ଅଫିସ୍ ଶ୍ରେଣୀର ଲୋକଙ୍କ ଅସତ ଅଭିଗମ ଦ୍ୱାରା ତଳସ୍ତରର କର୍ମଚାରୀମାନେ ଏଭଳି ଅସହାୟ ପରିସ୍ଥିତିରେ ପଡ଼ୁଛନ୍ତି।

ଏହି ଘଟଣା କେବଳ ଗୋଟିଏ ସିଡିପିଓ ନୁହେଁ, ସରକାରୀ ବ୍ୟବସ୍ଥାରେ ଥିବା ଦୁର୍ନୀତି ଓ ଅନ୍ୟାୟ ରେ ଏସ୍‌ଏଚ୍‌ଜି ପ୍ରଣାଳୀ କିପରି ପ୍ରଭାବିତ ହେଉଛି, ତାହାର ଏକ ଜୀବନ୍ତ ଉଦାହରଣ ହେଉଛି।

ସରକାରୀ ପ୍ରଶାସନ ପାଖରେ ଏହି ମାମଲାର ସଠିକ ତଦନ୍ତ ଓ ନ୍ୟାୟଯୋଗ୍ୟ ପଦକ୍ଷେପ ଗ୍ରହଣ କରି, ଦୁର୍ନୀତିର ଶିକାର ହେଉଥିବା ଓ ଅନ୍ୟାୟ ବିରୋଧରେ ଲଢ଼ୁଥିବା କର୍ମଚାରୀମାନେ ପାଇଁ ସୁରକ୍ଷା ଏବଂ ସମ୍ମାନ ବଞ୍ଚାଇ ରଖିବା ଅତ୍ୟନ୍ତ ଆବଶ୍ୟକ।

Suraj Bagh (District Reporter) Koraput

Related Articles

Leave a Reply

Your email address will not be published. Required fields are marked *

Back to top button