NationOdishaPolitics

ଜଗନ୍ନାଥ ଗିରଫ ହେଲେ ସରକ।ର ନଇଲେ

ଭୁବନେଶ୍ଵର, 04/07:ମୋହନ ସରକାରଙ୍କୁ କିପରି ମୋଡ଼ି ମକଚି ..ଦାବି ହାସଲ କରାଯାଏ ଚା’ର ଏକ ଉଦାହରଣ ବେଆଇନ୍ ଧର୍ମଘଟ ଦ୍ଵାରା ପ୍ରମାଣିତ କରିଦେଲେ ଅଫିସର ସଂଘ । ସୁପ୍ରିମ୍‌କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଅଫିସର୍ସମାନେ ଆନ୍ଦୋଳନ କରିପାରିବେ ନାହିଁ । ହେଲେ ଏହି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଆନ୍ଦୋଳନରୁ ଓହରିଲା

ନିର୍ଦ୍ଦେଶ ସତ୍ତ୍ୱେ ତିନିଦିନ ଧରି ଆନ୍ଦୋଳନରେ ଥିଲେ ଓଏଏସ୍ ଏବଂ ଓଆର୍ ଏସ୍ ସଂଘ । ସେମାନଙ୍କର ବାବି ଲା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଉ। ଗୁରୁବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଜଗନ୍ନାଥ ପ୍ରଧାନ ଢିସିପି ଅଫିସ୍‌ରେ ପହଞ୍ଚିଥିଲେ, ପରେ ତାଙ୍କୁ ଗିରଫ କରାଗଲା । ଗିରଫ ପରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତର ପଠାଯାଇଛି । ଜଗନ୍ନାଥ ଗିରଫ ହେବା ପରେ ଆନ୍ଦୋଳନରୁ । ଓହରିଛି ଓଏଏସ୍ ସଂଘ।

ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର ପହଞ୍ଚିଥିଲେ ଭାଜପା କାର୍ଯ୍ୟାଳୟରେ। ସେଠାରେ ସେ ଭାଜପା ରାଜ୍ୟ ସଭାପତି ମନମୋହ‌ନ ସାମଲଙ୍କ ସହ ଆଲୋଚନା କରିଥିଲେ। ତେବେ ସେମାନଙ୍କ ମଧ୍ୟରେ କି ଆଲୋଚନା ହୋଇଥିଲା ତାହା ଜଣାପଢ଼ି ନଥିଲା । ଏବେ ଜଣାପଢ଼ି ଲା ଯେ ଜଗନ୍ନାଥ ପ୍ରଧାନ ଆତ୍ମସମର୍ପଣ କରନ୍ତୁ ବୋଲି

ସରକାର ଚାହୁଁଥିଲେ । ଜଗନ୍ନାଥଙ୍କ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପ୍ରଥମଥର ପାଇଁ ଏହି ପ୍ରସଙ୍ଗରେ ମୂହଁ ଖୋଲିଥିଲେ। ସେ କହିଥିଲେ ଯେ ଆଇନ୍ ତା’ ବାଟରେ ଯିବ । ସେଥିରୁ ସ୍ପଷ୍ଟ ପ୍ରମାଣିତ ହେଉଥିଲା ଯେ ଜଗନ୍ନାଥ ସରେଶ୍ଵର କରିପାରନ୍ତି।

ଗୁରୁବାର ରାତି ସାଢ଼େ ୯ଟା ସମୟରେ ଭାଜପା ନେତା ଜଗନ୍ନାଥ ପ୍ରଧାନ ଡିସିପିଙ୍କ

କାର୍ଯ୍ୟାଳୟକୁ ଆସିଥିଲେ । ତାଙ୍କ ସହ ଥିଲେ ଶହ ଶହ ସମର୍ଥକ । ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଝା ପରେ ଶ୍ରୀ ପ୍ରଧାନ କହିଥିଲେ ବିଭିନ୍ନ ଦିଗରୁ ମୋତେ ବଦନାମ କରିବା ଏବଂ ମୋ ଦଳ ଓ ସରକାରଙ୍କୁ ବଦନାମ କରିବାକୁ ଯୋଜନବଦ୍ଧ ଭାବେ ଭଦ୍ୟମ କରାଗଲା। ଓଏଏସ ଆସୋସିଏସନ ମଧ୍ୟ ମୋ ଗିରଫ ଦାବି କରି ରାଜ୍ୟବ୍ୟାପି ଆନ୍ଦୋଳନ କଲା ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button