ହରିଶଙ୍କର ପାଖରେ ପହଞ୍ଚିଲା ସ୍ୱାସ୍ଥ୍ୟ ଟମ୍

ଚନ୍ଦାହାଣ୍ଡି, ୩/୭: ସଦର ବ୍ଳକ ଡଙ୍ଗରି ଗୁଡ଼ାର ଭକ୍ତଚନ ନାୟକଙ୍କ ପୁଅ ହରିଶଙ୍କର (୧୪)ଙ୍କ ଭିନ୍ନକ୍ଷ ପ୍ରମାଣପତ୍ରରେ ତ୍ରୁଟି ଅଭିଯୋଗ ନେଇ ଖବର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଛି ସ୍ବାସ୍ଥ୍ୟବିଭାଗ। ଏକ ଟିମ୍ ହରିଶଙ୍କରଙ୍କ ଘରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପ୍ରମାଣ ପତ୍ରରେ ଉଲ୍ଲେଖ ଥିବା ୬୦ରୁ ୮୦ ପ୍ରତିଶତ ବଢାଇବା ଦାବି ବାବଦରେ ଉପରିସ୍ଥ ଅଧକାରୀଙ୍କୁ ଜଣାଇବା ଲାଗି ପ୍ରତିଶ୍ରୁ ତିଶ୍ରୁତି ଯେଭଳି ଦେଇଛନ୍ତି। ସରକାରୀ ସୁବିଧା ଯେନ୍ତ ମିଳିବ ସେ ଦିଗରେ ଉଦ୍ୟମ କରାଯିବ ବୋଲି କହିଛନ୍ତି ।
‘ଓଡିଶା ଷ୍ଟେଟ ନ୍ୟୁଜ ’ ପ୍ରଭାବ ହରିଶଙ୍କରଙ୍କ ହାତ, ଗୋଡ଼, ମେରୁଦଣ୍ଡ ବଙ୍କା ହୋଇଯାଇଛି। ସେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ଥିବା ବେଳେ ଡାକ୍ତର ୬୦ ପ୍ରତିଶତ ବୋଲି ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଯଦ୍ୱାରା ସରକାରୀ ସହାୟତାରୁ ବଞ୍ଚିତ ହେବାକୁ ପଡ଼ୁଛି। ଏ ସମ୍ପର୍କରେ ଗତ ୧ ତାରିଖରେ କେବଳ ‘ଓଡିଶା ଷ୍ଟାଟ୍ ନ୍ୟୁଜ ’ରେ ସ୍ବତନ୍ତ୍ର ଖବର ପ୍ରକାଶ ଡାକ୍ତର ସନ୍ତୋଷ କୁ ମାର ପଣ୍ଡା ଖବରର ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ସ୍ଥାନୀୟ ସିଏଚ୍ ଡାକ୍ତର ବସନ୍ତ କୁ ମାର ପାଇଥିଲା ।
ଏହାପରେ ସିଡିଏମଓ ଷଡ଼ଙ୍ଗୀ, ବ୍ଳକ ପ୍ରୋଗ୍ରାମ ମ୍ୟାନେଜର ମାନସ ରଥ ପ୍ରମୁଖ ହରିଶଙ୍କରଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ବାପା ଭକ୍ତଚନଙ୍କ ସହ ଆଲୋଚନା ସହ ତଥ୍ୟ ସଂଗ୍ରହ କରିଥିଲେ। ମିଳୁଥିବା ଭତ୍ତା, ଟ୍ରାଇସାଇକେଲ, ରାସନକାର୍ଡ ବାବଦରେ ପଚାରିଥିଲେ। ବିଭାଗୀୟ ଉପରିସ୍କ ଅଧିକାରୀଙ୍କୁ ଅବଗତ ପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦେଇଥିଲେ।