BusinessDIstrictEducationHealthNationOdisha

ଉପଲଡା ଟି.ଏମ. ହାଇସ୍କୁଲ ଠାରେ ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି,୩/୭: ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ଓ ଓଡିଶା ଆଇନ ସେବା ପ୍ରାଧିକରଣ (OSLSA) ର ନିର୍ଦ୍ଦେଶରେ ଆଜି ଟି.ଏମ୍. ହାଇସ୍କୁଲ, ଉପଲଡା ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତିର ସଚିବ ଶ୍ରୀ ବିମଳ ରାଉଲ, ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ସିତାରାମ ପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ y. ଧର୍ମା ରାଓ, PET ଶିକ୍ଷକ ଶ୍ରୀ ସୁରେନ୍ଦ୍ର ପାତ୍ର, ଫୋରେଷ୍ଟର, ଶ୍ରୀ ସନ୍ତୋଷ ସାହୁ ଏହା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏହିକାର୍ଯ୍ୟକ୍ରମରେ ଭଗନେଇଥିଲେ


ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନବ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button