
ଭଞ୍ଜନଗର,୦୩/୦୭: ନିଜର ଉତ୍ତମ ଭବିଷ୍ୟତ ପାଇଁ ଚାରା ରୋପଣକୁ ବ୍ୟାପକ କରିବା ସହ ବ୍ୟକ୍ତିଗତ ସ୍ତରରେ ନିଜେ ଗଛ ଲଗାଇବା ସହ ତାହା କିଭଳି ବଡ ହେବ ସେଦିଗରେ ପ୍ରତିଟି ବ୍ୟକ୍ତି ଯତ୍ନବାନ ହେବାକୁ ଗୁରୁବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଆୟୋଜିତ ୭୬ ତମ ବନ ମହୋତ୍ସବ ପାଳନ ଅବସରରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଆହ୍ବନ ଦେଇଥିଲେ। ଏଥିପାଇଁ ସରକାରଙ୍କ ପକ୍ଷରୁ ଯାହା ସହଯୋଗ ଆବଶ୍ୟକ ତାହା ଏହି ଅଞ୍ଚଳର ପରିବେଶ ବିକାଶ ଦିଗରେ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଗୋପବନ୍ଧୁ ମହାପାତ୍ର,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଇତିଶ୍ରୀ ପ୍ରିୟଦର୍ଶିନୀ,ଜଳସେଚନ ବିଭାଗ ଏସ୍ଇ ସଞ୍ଜୟ କୁମାର ପ୍ରଧାନ,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ମଞ୍ଚାସୀନ ରହି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏଥିସହ ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଅନୁପମ ବାନାର୍ଜି,ଶୂଳପାଣି ଶତପଥୀ,ସୁରେଶ ଚନ୍ଦ୍ର ସ୍ବାଇଁ ପ୍ରମୁକ ନୂତନ ଜଙ୍ଗଲ ସୃଷ୍ଟି,ତାଳ ଗଛ ରୋପଣ ସହ ଗଛର ସୁରକ୍ଷା କିଭଳି ନିଆଯିବ ସେ ସଂର୍ପକରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଚଳିତ ବର୍ଷ ୭୦ ହଜାର ରୁ ଅଧିକ ତାଳ ଗଛ ଲଗାଯିବାକୁ ଲକ୍ଷ ରଖାଯାଇଥିବା ଡିଏଫଓ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଏଥି ପୂର୍ବରୁ ବିଧାୟକ ଶ୍ରୀ ନାୟକ ମୁଜାଗଡ ଠାରେ ବନ ବିଭାଗର ଏକ ୱାଚ୍ ଟାୱାର୍ ଓ କର୍ମଚାରୀଙ୍କ ବାରାକ୍ କୁ ଉଦ୍ଘାଟନ କରିଥିଲେ। ଏହାପରେ ମାଆ ପାଇଁ ଗଛଟିଏ ଅଭିଯାନରେ ସେ ମୁଜାଗଡ ବନ ବିଭାଗ କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ନର୍ସରୀ ପରିସରରେ ବିଭିନ୍ନ ଚାରା ରୋପଣ କରିଥିଲେ। ଏହି ଅବସରରେ ସେ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବିଭିନ୍ନ ବ୍ଳକର ୮ ଟି ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି,ରବିନ୍ଦ୍ର କୁମାର ଗୌଡ,ଶିବଶଙ୍କର ପ୍ରଧାନ,ଧୋବା ଗୌଡ,କୁବେର ପ୍ରଧାନ,ମନୋଜ ପଣ୍ଡା,ରମେଶ ପାତ୍ର,ପଦ୍ମନାଭ ପ୍ରଧାନ,ରେଞ୍ଜର ବିମ୍ବାଧର ସାହୁ,ପୃଥୀରାଜ ପ୍ରଧାନ,ଆଶାଲତା ଦିଗାଲ,ସୁଜାତାରାଣୀ ପଣ୍ଡାଦ,ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ବନପାଳ,ବନରକ୍ଷୀ,ଭିଏସ୍ଏସ୍ କର୍ମକର୍ତ୍ତା,ସ୍କୁଲ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।