DIstrictEducationNationNawarangpurOdishaPolitics

କଲମ ଛାଡ ଆନ୍ଦୋଳନ ଡାକରା ଦେଲା ଜିଲ୍ଲା ଓଏଏସ୍ ସଂଘ

ନବରଙ୍ଗପୁର, 2/7: ଅନିର୍ଦ୍ଦିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ଡାକରା ଦେଲା ନବରଙ୍ଗପୁର ଜିଲ୍ଲା ଓଏଏସ ସଂଘା ଭୁବନେଶ୍ଵର ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ନବରଙ୍ଗପୁର ଜିଲ୍ଲାର ସମସ୍ତ ଓଏଏସ୍ ଏସ ଅଧିକାରୀ। ଓଏଏସ ସଂଘ ଜିଲ୍ଲା ଶାଖା ସଭାପତି ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନଙ୍କ ନେତୃତ୍ବରେ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଆକ୍ରମଣକୁ ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଜିଲ୍ଲା ଓଏଏସ ସଂଘ | ଶ୍ରୀ ସାହୁ ଦୀର୍ଘଦିନ ଧରି ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟ କରି ସବୁ ମହଲରେ ପରିଚିତ ଥିଲେ | ଭୁବନେଶ୍ଵର ମହାନିଗମ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ସମୟରେ ଶ୍ରୀ ସାହୁଙ୍କୁ ଦିନ ଦି’ପ୍ରହରରେ ଆକ୍ରମଣ କରାଯାଇଥିବା ବେଳେ କାର୍ଯ୍ୟରତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ ନିତିଦିନିଆ କରିବା ଏକ ଘଟଣାରେ ପରିଣତ ହୋଇଗଲାଣି। ତେଣୁ ଘଟଣାର ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଓଡ଼ିଶା ରାଜସ୍ବ ଅମଲା ସଂଘର ଅଧ୍ୟକ୍ଷ ଲୋକେଶ୍ଵର ସାହୁ, ସଭାପତି ତ୍ରିପତିବାଲାଜି ସାହୁ, ସାଧାରଣ ସମ୍ପାଦକ ନରେଶଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ ପ୍ରମୁଖ ଦାବି କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button