BusinessDistrictEducationEntertainmentKoraputNationOdishaPolitics

ସୁନାବେଡା ପୌର ପରିଷଦ ଦ୍ୱାରା ବିଜୁ ପଟ୍ଟନାୟକ ଭେଣ୍ଡିଙ୍ଗ ଜୋନ ନିକଟସ୍ଥ ଖୋଲା ସ୍ଥାନର ଉନ୍ନତିକରଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ

ସୁନାବେଡା, ୦୧/୦୭: ସୁନାବେଡା ପୌର ପରିଷଦ ପକ୍ଷରୁ ବିଜୁ ପଟ୍ଟନାୟକ ଭେଣ୍ଡିଙ୍ଗ ଜୋନ ନିକଟରେ ଥିବା ଖୋଲା ସ୍ଥାନର ଉନ୍ନତିକରଣ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକଳ୍ପ (ଜିଆଇ-୦୨-୦୯-୯୦୯୮) ସ୍ଥାନୀୟ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଏବଂ ସାର୍ବଜନୀନ ସୁବିଧା ବୃଦ୍ଧି ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହେଉଛି।


ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକା (ଲୋକସଭା, କୋରାପୁଟ), ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ (କୋରାପୁଟ), ଜିଲ୍ଲାପାଳ ଶ୍ରୀଯୁକ୍ତ ବି. କୀର୍ତ୍ତି ବାସନ (ଭା.ପ୍ର.ସେ), ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ତପନ କୁମାର ନାୟକ (ଓ.ପ୍ର.ସେ), ନଗରପାଳ ଡ. ରାଜେନ୍ଦ୍ର କୁମାର ପାତ୍ର, ଉପ-ନଗରପାଳ ଶ୍ରୀମତୀ ରିତୁ କଣ୍ଟା, ନିର୍ବାହୀ ଅଧିକାରୀ ଶ୍ରୀ ସୁଜିତ କୁମାର ଚୌଧୁରୀ ଏବଂ ପୌର ଯନ୍ତ୍ରୀ ଶ୍ରୀ ଅରୁଣ କୁମାର ନାୟକ ଓ ଶ୍ରୀମତୀ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ପୌର ପରିଷଦର ବିଭିନ୍ନ ୱାର୍ଡର ପାରିଷଦମାନେ ମଧ୍ୟ ଯୋଗ ଦେଇଥିଲେ।

ସେମାନଙ୍କ ମଧ୍ୟରେ ଶ୍ରୀମତୀ ସର୍ଣପତ୍ତା ପଟ୍ଟନାୟକ (ୱାର୍ଡ ନଂ-୧), ଶ୍ରୀ ରାମ ବେନିଆ (ୱାର୍ଡ ନଂ-୨), ଶ୍ରୀମତୀ ସୁସଜ୍ଜିତା ଭତ୍ରା (ୱାର୍ଡ ନଂ-୩), ଶ୍ରୀ ମନୋଜ ସୁନା (ୱାର୍ଡ ନଂ-୪), ଶ୍ରୀମତୀ ମିନତୀ ମିଶ୍ର (ୱାର୍ଡ ନଂ-୭), ଶ୍ରୀ ଗଜେନ୍ଦ୍ର ମାଝୀ (ୱାର୍ଡ ନଂ-୬), ଶ୍ରୀ ମତି ସବିତା ଖରା (ୱାର୍ଡ ନଂ-୮), ଶ୍ରୀ ଜିତେନ୍ଦ୍ର ମହାନନ୍ଦିଆ (ୱାର୍ଡ ନଂ-୯), ଶ୍ରୀମତୀ ସରୂପା ପଟ୍ଟନାୟକ (ୱାର୍ଡ ନଂ-୧୦), ଶ୍ରୀମତୀ ମମତା କୁମାରୀ ଖରା (ୱାର୍ଡ ନଂ-୧୧), ଶ୍ରୀମତୀ ରଶ୍ମୀତା ଟାକ୍ରୀ (ୱାର୍ଡ ନଂ-୧୨), ଶ୍ରୀ ସୁରେନ୍ଦ୍ର କୁମାର ସେଠୀ (ୱାର୍ଡ ନଂ-୧୩), ଶ୍ରୀମତୀ ଅଳିକା ଲେଙ୍କା (ୱାର୍ଡ ନଂ-୧୫), ଶ୍ରୀ ରବିନ୍ଦୁ କୁମାର ପ୍ରଧାନ (ୱାର୍ଡ ନଂ-୧୬), ଶ୍ରୀମତୀ ବିଜୟଲକ୍ଷ୍ମୀ ବିଶୋଇ (ୱାର୍ଡ ନଂ-୧୭), ଶ୍ରୀମତୀ ପ୍ରଜ୍ଞାମୟୀ ନାୟକ (ୱାର୍ଡ ନଂ-୧୮), କୁମାରୀ କାମିନୀ ତୋଟାପଡିଆ (ୱାର୍ଡ ନଂ-୨୧), ଶ୍ରୀ ଦୟାନଦ କୁଳଦୀପ (ୱାର୍ଡ ନଂ-୨୨), ଶ୍ରୀମତୀ ଜ୍ୟୋତି କୁଳଦୀପ (ୱାର୍ଡ ନଂ-୨୩), ଶ୍ରୀମତୀ ବଦି ଆଲମ ପାଡିଆ (ୱାର୍ଡ ନଂ-୨୪), ଏବଂ ଶ୍ରୀମତୀ ବବିତା ଖିଲ (ୱାର୍ଡ ନଂ-୨୫) ଉପସ୍ଥିତ ଥିଲେ।

ଏହି ପ୍ରକଳ୍ପ ସୁନାବେଡାର ସାମାଜିକ ଓ ଅର୍ଥନୈତିକ ଉନ୍ନତିରେ ଏକ ମାଇଲଖୁଣ୍ଟ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଏହା ସ୍ଥାନୀୟ ବ୍ୟବସାୟୀ ଓ ନାଗରିକମାନଙ୍କ ପାଇଁ ଏକ ଉନ୍ନତ ପରିବେଶ ସୃଷ୍ଟି କରିବ ଏବଂ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ।ସୁନାବେଡା ପୌର ପରିଷଦ ଏହି ପ୍ରକଳ୍ପ ସଫଳତାର ସହ ସମ୍ପନ୍ନ କରିବା ପାଇଁ ସମସ୍ତ ସ୍ଥାନୀୟ ନାଗରିକଙ୍କ ସହଯୋଗ କାମନା କରିଛି।

Suraj Bagh (District Reporter) Koraput

Related Articles

Leave a Reply

Your email address will not be published. Required fields are marked *

Back to top button