BusinessEntertainmentHealthNationOdishaPolitics

ପାନୀୟ ଜଳ ସମସ୍ୟା ନେଇ ରାସ୍ତା ଅବରୋଧ

ପାନୀୟ ଜଳ ସମସ୍ୟା ନେଇ ରାସ୍ତା ଅବରୋଧ

କଲ୍ୟାଣସିଂହପୁର, 1/7: କଲ୍ୟାଣସିଂହପୁର ସଦରର ବଡ଼କୁମ୍ଭାର ସାହି, ପୁରୁଣା ବସ ଷ୍ଟାଣ୍ଡ ଛକ, ମାଳତୀ ସାହିର ଲୋକମାନେ ପ୍ରାୟ ତିନିମାସ ହେବ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି । ସେହି ଲୋକମାନେ ନାଗାବଳୀ ନଦୀର ପାଣି ବ୍ୟବହାର କରି ବିଭିନ୍ନ ରୋଗଆକ୍ରାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ବର୍ଗ ମାନ ଲଘୁଚାପ ଜନିତ ବର୍ଷା ହେଉଥିବା ଯୋଗୁଁ ନଦୀରେ ଗୋଳିଆ ପାଣି ଆସୁଛି । ତାହାକୁ ଆମେ ବାଧ୍ୟ ହୋଇ ବ୍ୟବହାର କରୁଛୁ । ଡାଇରିଆ, ମ୍ୟାଲେରିଆ, ହଇଜା, କୀଡନୀ ରୋଗ ହୋଇଯିବ ବୋଲି ଭୟଭୀତ ହେଉଛନ୍ତି । ଏହି ବିଷୟକୁ ନେଇ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଧୁକାରୀଙ୍କୁ ଗୁହାରି କରିବା ସହ

ନେତାମାନଙ୍କୁ ଗୁହାରି କରିଥିଲେ ମଧ୍ୟ କେହିହେଲେ ଆମ ଗୁହାରି କେହି ହେଲେ ଶୁଣୁନାହାନ୍ତି । ଯାହା ଫଳରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ରହିଥୁବା ଜାଣି ତିନୋଟି ସାହିର ମହିଳା ପୁରୁଷ ଏକତ୍ରିତ ହୋଇ ହାଣ୍ଡି, କୁଣ୍ଡ ବାଲିଟି ଗୁଡିକ ଧରି ମୁଖ୍ୟ ଛକରେ ସକାଳ ୬ରୁ ୧୧ଟା ପ୍ରାୟ ପାଞ୍ଚ ଘଣ୍ଟା ଧରି ରାସ୍ତା ଅବରୋଧ କରି ବସିରହିଥିଲେ । ଆମର ସମସ୍ୟା ସମାଧାନ କରାନଗଲେ ରାସ୍ତାରୁ ହଟିବୁ ନାହିଁ ବୋଲି ମାଝାସ୍ଟାଣି ସ୍ୱାଚକା,

ଧାନମଣି କାଶୀ, ଭାନ କାଶୀ, ଚଞ୍ଚଳା କାହାକା, ରାଜେଶ୍ଵରୀ ହୁଇକା ନୀଲାଇ ହୁଇକା, ହିକକା ନିଲାଇ, ଚିନାରୀ ପ୍ରପ୍ସା,, ଆଲାଈ କୃଷିକା ପ୍ରମୁଖ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଉପଜିଲାପାଳ ରମେଶ କୁମାର ଜେନା ଓ ପ୍ରଶାସନିକ ଅଧୂଜାରୀ ତହସିଲଦାର ରଞ୍ଜନ କୁମାର ମାନସେଠ, ବିଡ଼ିଓ ମନୀଷା ଦାସ ସମେତ ସ୍ଥାନୀୟ ଥାନା ଅଧିକାରୀ ନୀଳକଣ୍ଠ ବେହେରା ମାନେ କିଛି ସମୟ ଧରି ଆଲୋଚନା କରିଥିଲେ।

ଉପଜିଲାପାଳ ସାହି ସହି ବୁଲି ଦେଖୁଳା ପରେ ତିନିଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ଗମାନ ବିଶୁଦ୍ଧ ପାନୀୟ ଆବଶ୍ୟକ ରହିଛି ବୋଲି କହିବାରୁ ବର୍ତମାନ ଟାଙ୍କି ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ କହି ଯୋଗାଇ ଦିଆଯାଇଛି । ଚୂଳରେ ଥ‌ିବା ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନୀଳିମା ପ୍ରିୟଦର୍ଶନୀ ଦାସ ଓ ସହକାରୀ ଯନ୍ତ୍ରୀ ବିଭୂତି ପଣ୍ଡା ବିଷୟରେ ଜିଲ୍ଲା ଅଧୁକାରୀଙ୍କୁ ଜଣାଇଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button