DIstrictKoraputOdishaPolitics

ଖୁଡ଼ି ପଞ୍ଚାୟତରେ ନେଟ୍ବାର୍କ୍ ସମସ୍ୟାକୁ ନେଇ ପଞ୍ଚାୟତବାସୀ ତାଲା ଠୋକିଲେ ।

ସେମିଳିଗୁଡ଼ା, 30/06: କୋରାପୁଟ ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଖୁଡ଼ି ପଞ୍ଚାୟତରେ ଦୀର୍ଘ ଦିନ ଧରି ଚାଲିଥିବା ଜିଓ ନେଟ୍ବାର୍କ୍ ସମସ୍ୟା ନେଇ ଅସନ୍ତୋଷ ବିସ୍ଫୋରିତ ହୋଇଛି। ଆଜି ସମସ୍ତଗ୍ରାମବାସୀ ମିଶି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ତାଲା ପକାଇଦେଇଛନ୍ତି।


ଏହି ଘଟଣା ସମୟରେ ଖୁଡ଼ି ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀ ରାଣୀ ଜାନି, ନାଏବ ସରପଞ୍ଚ ଧାନମତି ହନ୍ତାଲ, ସମିତି ସଭ୍ୟା ରାମି ଦାମି ଓ ୧୧ଜଣ ୱାର୍ଡ ସଦସ୍ୟ ଉପସ୍ଥିତ ରହିଥିଲେ।ଗ୍ରାମବାସୀଙ୍କ ଅଭିଯୋଗ ବର୍ଷରେ ବର୍ଷ ନେଟ୍ବାର୍କ୍ ନଥିବାରୁ ଶିକ୍ଷା, ଅନଲାଇନ୍ ସେବା, ଓ ସରକାରୀ ଯୋଜନା ମେଡିକାଲ ସୁବିଧାର ପ୍ରଭାବ ମିଳୁନାହିଁ।
ସେମାନେ ସଂକଳ୍ପ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ନେଟ୍ବାର୍କ୍ ସମସ୍ୟାର ସମାଧାନ ହେବ ନାହିଁ, ସେପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଶିବିର ଚାଲିବାକୁ ଦିଆଯିବ ନାହିଁ।ଘଟଣା ସ୍ଥଳକୁ ଆସିଥିବା ସମସ୍ତ ବ୍ଲକ ଅଧିକାରୀମାନେ ଅବସ୍ଥା ଦେଖି ଫେରିଯାଇଥିବା ଦେଖିବାକୁ ମିଳିଥିଲା ଏହି ବିଷୟରେ ପଞ୍ଚାୟତବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଆଶା କରୁଛନ୍ତି ଯେ ବ୍ଲକ ଓ ଜିଲ୍ଲା ପ୍ରଶାସନ ଶୀଘ୍ର ଏହି ଗମ୍ଭୀର ସମସ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ ନୋହିଲେ ଏହି ଏକଥା ଯାରି ରହିବ ବୋଲି ପଞ୍ଚାୟତବାସୀଙ୍କ ଅଭିଯୋଗ ରହିଛି କେବେ ହେବ ତାହାକୁ ନେଇ ଅପେକ୍ଷା।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button