DistrictEntertainmentNationNawarangpurOdishaPolitics

ବିନା ରଥରେ ରଥଯାତ୍ରା

ନବରଙ୍ଗପୁର, 30/6: ବିନା ରଥରେ ରଥଯାତ୍ରା ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଛି କିନ୍ତୁ ଏମିତି ଏକ ରଥଯାତ୍ରା ପାଳନ ହୋଇଛି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟକି ପଞ୍ଚାୟତ ସଦର ରେ ଅନୁଷ୍ଟିତ ହୋଇଥିବା ଶ୍ରୀଗୁଣ୍ଡିଚା ରଥ ଯାତ୍ରା ରେ ବିନା ରଥ ରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ଚାଲି ଚାଲି ମାଉସି ମନ୍ଦିରକୁ ଯାଇ ଥିବା ଦେଖ‌ିବାକୁ ମିଳିଛି । ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟ ରେ ଗଭୀର ଦୁଃଖ ପ୍ରକାଶ ପାଇଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ରଥ ନିର୍ମାଣ ଦିଗରେ ସହାୟତା କରିବା ପାଇଁ ଫଟକି ଗ୍ରାମବାସୀ ଏବଂ ଅଞ୍ଚଳ ର ଜଗନ୍ନାଥ ପ୍ରେମୀ ମାନେ ଦାବୀ

କରିଛନ୍ତି । ଫଟକି ଠାରେ ଜଗନ୍ନାଥ ପୂଜା କମି ଟି ର ସଭାପତି ଦାମୋଦର ମାଝି ଙ୍କ କହିବା ଅନୁସାରେ ଫଟକି ଗ୍ରାମ ରେ ଦୀର୍ଘ ୧୦୦ ବର୍ଷ ରୁ ଉବ୍ଦ ହେବ ଗ୍ରାମବାସୀ ଙ୍କ ଦ୍ୱାରା ଗୁଣ୍ଡିଚା ରଥ ଯାତ୍ରା ପାଳନ କରାଯାଉଛି ଏହି ରଥଯାତ୍ରା ରେ କ । ଇ ଲ ମ ଣ୍ଡ ।, ତି ଲି ମାଳ, ଦେଓବନ୍ଦ, ସମେତ ଜଙ୍ଗଲ ଉପାନ୍ତ ରେ ରହି ଥିବା ବତାଝର, ଦହି ମାଲ, ର ଲୋକମାନେ ଏଠାକୁ ଗୁଣ୍ଡିଚା ରଥ ଯାତ୍ରା ଦେଖ‌ିବା କୁ ଆସିଥାନ୍ତି । ପ୍ରତି ବର୍ଷ ଭଗବାନ ଜଗନ୍ନାଥ ରଥାରୁଡ ହୋଇ ମାଉସି ମନ୍ଦିର କୁ ବିଜେ କରିଥାନ୍ତି କିନ୍ତୁ ରଥ ପୁରୁଣା ହୋଇଥିବା ରୁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଜଙ୍ଗଲ

ରୁ କାଠ ଅଣା ଯାଉଥିବା ସମୟରେ ୩୦ ମାର୍ଚ୍ଚ ୨୦୨୫ ରେ ଉମରକୋଟ ବନ ବିଭାଗ ୧୨ ଟ୍ରାକ୍ଟର ରେ କାଠ ବଝେଇ ଟ୍ରାକ୍ଟର ଜବତ କରିଥିଲା ଯେଉ କାଠ କି ରଥ ନିର୍ମାଣ ପାଇଁ ଅଣା ଯାଉଥିଲା । ବନ ବିଭାଗ କାଠ ଜବତ କରିବା ରୁ ଭଗବାନ ଙ୍କ ପାଇଁ ରଥ ନିର୍ମାଣ ହୋଇ ପାରିଲା ନାହିଁ ବୋଲି ଗ୍ରାମବାସି କହିଛନ୍ତି । ଚଳିତ ବର୍ଷ ଯାତ୍ରା ରେ ଭକ୍ତ ଙ୍କ ପ୍ରବଳ ଭିଡ ହେବା ସହ ଅତି ଶ୍ରଦ୍ଧାଳୁଙ୍କ ସହ ଭକ୍ତ ମାନେ ପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ କରି ଥିବା ବେଳେ ପ୍ରଭୁ ଙ୍କ ରଥ ଦୌଡି ଟାଣିବା ରେ ବଞ୍ଚିତ ହୋଇ ଥିବା ରୁ ସେମାନଙ୍କ ମନରେ ଗଭିର ଦୁଃଖ ପ୍ରକାଶ ପାଇଥିଲା ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button