DIstrictKoraputOdishaPolitics

ବର୍ଷା ପାଣିର ଭାସି ଗଲା ବାଉଁଶ ପୁଲ

ନନ୍ଦପୁର, 30/6: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ୍ ଉମ୍ବେଲ ପଞ୍ଚାୟତ ଓ ସେମିଳିଗୁଡା ବ୍ଲକର ରାଜୁପୁଟ ପଞ୍ଚାୟତର କେତେକ ଗ୍ରାମକୁ ସଂଯୋଗ କରୁଥିବା ଅସ୍ଥାୟୀ ବାଉଁଶ ପୋଲ ବର୍ଷା ପାଣିରେ ରବିବାର ଭାସିଯାଇଛି। ଉମେଲ୍ ପଞ୍ଚାୟତର ତେନ୍ତୁଳିପଡ଼ା, ଉମ୍ବେଲ, ଡୁମୁରିପୁଟ, ବଙ୍କେଇପୁଟ, ମେଡିପୁଟ ଓ ହିଙ୍ଗଇପୁଟ ଗ୍ରାମରୁ ରାଜପୁଟ ପଞ୍ଚାୟତର ପୋଡ଼ାଗଡ, ମୁଖ୍ବିଡେଇ, ପାତ୍ରପୁଟ, ରସଇପୁଟ, ରାଜୁବିଡେଇ, ଚାଲାଣପୁଟ, ସାନବଡେଙ୍ଗା ଓ ବଡ଼ବଡେଙ୍ଗା ଗ୍ରାମକୁ ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ କୋଲାବ ଜଳଭଣ୍ଡାରରେ ଜଳରାଶି ବୃଦ୍ଧି ହୋଇଛି। ଏହା ଦ୍ବାରା ୨ ପଞ୍ଚାୟତବାସୀଙ୍କ ଅନ୍ୟ ଅଞ୍ଚଳ ସହ ଯୋଗାଯୋଗ

ବିଚ୍ଛିନ୍ନ ହୋଇଛି। ବାଉଁଶ ପୋଲ ଭାସିଯିବାରୁ ଉମ୍ବେଲ ପଞ୍ଚାୟତବାସୀଙ୍କ ପାଇଁ ଅଳ୍ପଦୂରରେ ଥିବା ଜିଲା ସଦର ମହକୁମା, ସେମିଳିଗୁଡା ଓ ସୁନାବେଡା ସହର ଯିବାକୁ ବର୍ତ୍ତମାନ ନନ୍ଦପୁର ଦେଇ ୬୦ କି.ମି. ଦୂରତା ଅତିକ୍ରମ କରିବାକୁ ପଡ଼ିବ ବୋଲି କହିଛନ୍ତି। ଜଳଭଣ୍ଡାର ୨ପାର୍ଶ୍ବର ୭ ପଞ୍ଚାୟତବାସୀ ତେନ୍ତୁଳିପଡ଼ା ନଦୀଘାଟରେ ଏକ ବୈଠକ

କୋରାପୁଟ ବିଧାୟକ ରଘୁରାମ ମାଛଙ୍କୁ ଉକ୍ତ ଅସ୍ଥାୟୀ ବାଉଁଶ ପୋଲ ଦେଖାଇଥିଲେ। ୨ ପଞ୍ଚାୟତବାସୀଙ୍କ ଯାତାୟାତ ସୁବିଧା ପାଇଁ ଏକ ପୋଲ ନିର୍ମାଣ କରିବାକୁ ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ୨ ଦିନ ପରେ ସୁନାବେଡା ଆରଡି ବିଭାଗ ପକ୍ଷରୁ ଯନ୍ତ୍ରୀ ବୈଦ୍ୟନାଥ ସାହୁ

କ୍ଷେତ୍ର ପରିଦର୍ଶନ କରି ପୋଲ ନିର୍ମାଣ ପାଇଁ ମାପଚୁପ କରିଥିଲେ। କିନ୍ତୁ କିଛି ହେବା ପୂର୍ବରୁ ବାଉଁଶ ପୋଲଟି ଭାସିଯାଇଛି। ଜିଲା ପ୍ରଶାସନ ଓ ରାଜ୍ୟ ସରକାର କୋଲାବ ଜଳଭଣ୍ଡାର ଦେଇ ତେନ୍ତୁଳିପଡ଼ା – ପୋଡ଼ାଗଡ଼ ପୋଲ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ୭ପଞ୍ଚାୟତବାସୀ ଅନୁରୋଧ କରିଛନ୍ତି। କ୍ଷେତ୍ର ପରିଦର୍ଶନ କରିଥିବା ଯନ୍ତ୍ରୀ ସାହୁ ମାପଚୁପ ପରେ ରିପୋର୍ଟ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଜରିଆରେ ଜିଲାପାଳ ଓ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଥିବା କହିଛନ୍ତି । ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ ପୋଲ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button