
ଭଞ୍ଜନଗର,୨୯/୦୬: ଭଞ୍ଜନଗର ବ୍ଲକ ବରୁଡ଼ା ଗ୍ରାମ ପଞ୍ଚାୟତ ଗୁଜୁରାଳୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ର ଘର୍ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଅଗ୍ନୀ ବିପନ୍ନ ଯୋଗୀ ନାଇକଙ୍କ ଘରେ ଶନିବାର ଅପରାହ୍ନରେ ନିଆଁ ଲାଗି ସମ୍ପୂର୍ଣ ଘର ଧ୍ବଂସ ହୋଇଥିଲା। ଘରର ଆସବାପତ୍ର ଠାରୁ ଆରମ୍ଭ କରି ପୋଷାକ, ଖାଦ୍ୟ ସାମଗ୍ରୀ, ଚାଉଳ, ବାସନ କୁସନ ପୋଡି ପାଉଁଶ ହୋଇଯାଇଛି।
ଭଞ୍ଜନଗର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ରବିବାର ସ୍ବେଛାସେବୀ ସଂଗଠନ ବିପଦର ବନ୍ଧୁ ସଦସ୍ୟ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇ ଦେଇଛନ୍ତି। କିଛି ରାସନ, ପନିପରିବା, ବସ୍ତ୍ର, ରୋଷେଇ ବାସନ ସାମଗ୍ରୀ, ଚାଉଳ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅଗ୍ନୀ ବିପନ୍ନ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ସୂଚନା ଥାଉକି,ଅଗ୍ନୀ ବିପନ୍ନ ଯୋଗୀଙ୍କ ପରିବାର ସରକାରଙ୍କ ସମସ୍ତ ଯୋଜନା ଠାରୁ ବଞ୍ଚିତ ଅଛନ୍ତି।