DistrictEntertainmentNationNawarangpurOdishaPolitics

ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଲଡୁ ଫିଙ୍ଗିଲେ ମନ୍ତ୍ରୀ

ମୋରଡ଼ା, 29/6: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ପ୍ରସିଦ୍ଧ ଚିତ୍ରଡ଼ାସ୍ଥିତ ଧର୍ମକ୍ଷେତ୍ରରେ ଶୁକ୍ରବାର ଚତୁଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଥିଲେ। ଶନିବାର ରଥଟଣା ଆରମ୍ଭ ହୋଇଥିଲା। ଠାକୁରଙ୍କ ଦିବ୍ୟ ଦର୍ଶନ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଭକ୍ତ। ଅପରାହ୍ନରେ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବସିଥିବା ରଥକୁ ମାଉସୀ ମା’ ମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ଜୟ ଜଗନ୍ନାଥ ଧ୍ଵନୀରେ ଅଞ୍ଚଳ ପ୍ରକମ୍ପିତ ହୋଇ ପଡ଼ିଥିଲା। ପରମ୍ପରା ଅନୁଯାୟୀ, ଶନିବାର ଅଧାବାଟ ବ୍ଲକ ଛକରେ ଅଟକିଛନ୍ତି ରଥ।

ଗୋଟିଏ ରାତି ଅଧା ବାଟରେ ତିନି ଠାକୁର ରହିବା ପରେ ପୁଣି ରବିବାର ରଥ ଟଣା ହେବା ସହିତ ୩ଠାକୁର ମାଉସୀ ମା’ ମନ୍ଦିରରେ ପହଞ୍ଚିବେ। ମୋରଡ଼ା ବିଧାୟକ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରଥଟଣା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେ ପ୍ରଥମେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ପରମ୍ପରା ମୁତାବକ ଉପସ୍ଥିତ ହଜାର ହଜାର ଭକ୍ତଙ୍କ ଉଦ୍ଦେଶ୍ୟରେ ଲଡ଼ୁ ଓ ଫେଣି ଫିଙ୍ଗିଥିଲେ। ମନ୍ତ୍ରୀ ମହାପାତ୍ରଙ୍କ ସହିତ ବରିଷ୍ଠ ଭାଜପା ନେତା ପରେଶ ମହାନ୍ତ, ପ୍ରଦୀପ ମହାନ୍ତ, ପ୍ରକାଶ ମହାନ୍ତ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରଥ ଉପରୁ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଲଡ଼ୁ ଫିଙ୍ଗୁଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button