ବାଲିମେଳା ରେ ମହା ଆଡ଼ମ୍ବରରେ ରଥଯାତ୍ରା ପାଳିତ

ବାଲିମେଳା, ୨୭/୦୬: ମାଲକାନଗିରି ଜିଲ୍ଲା ର ଦ୍ୱିତୀୟ ଜନ ବହୁଳ ସହର ବାଲିମେଳା ଠାରେ ପ୍ରସିଦ୍ଧ ରଥଯାତ୍ରା ମହା ଆଡ଼ମ୍ବରରେ ଶାନ୍ତି ପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଯାଇଛି । ଅପରାହ୍ନ ୧୨ ଟା ସମୟରେ ଅନ୍ନଭୋଗ ହୋଇଥିଲା ।
ଅପରାହ୍ନ ତିନିଟା ସମୟ ରେ ତିନି ଠାକୁର ପହଣ୍ଡି ବିଜେ କରି ରଥରେ ବିରାଜମାନ ହୋଇଥିଲେ ।ସ୍ଥାନୀୟ ଜଳ ବିଦ୍ୟୁତ କେନ୍ଦ୍ର ର ବରିଷ୍ଠ ସାଧାରଣ ପରିଚାଳକ ଦିଲ୍ଲୀପ କୁମାର ସ୍ବାଇଁ ରଥରେ ଛେରା ପହଁରା କରିଥିଲେ ।ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବ ମୁଖର ହୋଇ ଉଠିଥିଲା ବାଲିମେଳା ବଡ଼ଦାଣ୍ଡ ।ଓର୍କେଲ ପୋଲିସ ଥାନା ଅଧିକାରୀ ଶ୍ରୀ ଧିରେନ୍ ପଟ୍ଟନାୟକ ଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।ଯାହା ଫଳରେ ଶାନ୍ତି ଶୃଙ୍ଖଳା ର ସହ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୭ଟା ସମୟରେ ରଥ ରେ ମହାପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ ସୁଭଦ୍ରା ଏବଂ ବଳଭଦ୍ର ମାଉସୀମାଙ୍କ ମନ୍ଦିରରେ ପହଞ୍ଚିଥିଲେ ।
ଏହି ରଥଯାତ୍ରା କୁ ମନ୍ଦିର ଟ୍ରଷ୍ଟି ଦିଲ୍ଲୀପ କୁମାର ବେପାରୀ, ସ୍ଥାନୀୟ ନଗର ପାଳ ପ୍ରଦୀପ କୁମାର ନାୟକ,ରଥଯାତ୍ରା କମିଟି ର ବିଜୟ କୁମାର ରାଉତ,ପୂର୍ଣ୍ଣ ଚନ୍ଦ୍ର ଗୌଡ,ଶୀତଳ କୁମାର ଚର୍ଚ୍ଚୀ,ଅରୁଣ ପାତ୍ର, ଅକ୍ଷୟ ବିଶ୍ଵାଳ ,ରମେଶ ଚନ୍ଦ୍ର ସ୍ବାଇଁ ,ସତ୍ୟଜିତ ଜେନା,ଶୁଭାଶିଷ କର ଓ ଦୀପକ କୁମାର ନାୟକ ଙ୍କ ସମେତ ସମସ୍ତ ସଦସ୍ୟ ଏବଂ ସ୍ଥାନୀୟ ଅଞ୍ଚଳ ର ସମସ୍ତ ମହାରଣା ଭାଇ ମାନେ ପରିଚାଳନା କରିଥିଲେ ।
କିଛି ବର୍ଷ ହେବ ସ୍ଥାନୀୟ ଅରବିନ୍ଦ ଲାଇନ୍ ଠାରେ ଆଖ ପାଖର କିଛି କୁନି କୁନି ପିଲା ମାନେ ମିଶି କୁନି ରଥ ନିର୍ମାଣ କରି ରଥଯାତ୍ରା କରି ଆସୁଛନ୍ତି ଏହି ବର୍ଷ ମଧ୍ୟ ଦିନ ୧୦ଟା ସମୟରେ ଅରବିନ୍ଦ ଲାଇନ୍ ରୁ କୁନି ରଥ କୁ ଟାଣି ଟାଣି ମେନ୍ ରୋଡ ହୋଇ ବଡ ରଥ ପାଖ ଦେଇ ପୁନଶ୍ଚ ଅରବିନ୍ଦ ଲାଇନ୍ ଯାଏଁ ରଥଯାତ୍ରା କରିଥିଲେ ।