
ରାୟଗଡା, ତା 28/6 ସରକାରଙ୍କ ୪୮ ଗାଡ଼ି ୟୁରିଆ ସାର ଖୋଜି ଖୋଜି ନାକେଦମ ହେଲେ ବିଧାୟକ କାଡ୍ରାକା ଆପଲ ସ୍ବାମୀ । ଗତ ୩ ଦିନ ତଳେ ଆସିଥିବା ୬୦୪ ୩୦୫ ମେଟ୍ରିକ ଟନ ଯୁଗିଆ ସାର ନମିଳିବାରୁ ଶେଷରେ ଉପଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ। ସୂଚନା ଅନୁସାରେ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡର ୟୁରିଆ ସାର ଚଳିତ ମାସ ୨୪ ତାରିଖରେ ଟ୍ରେନର ୨୧ଟି ଓବାଗନ ମାଧ୍ୟମରେ ଜିଲ୍ଲାର ସମସ୍ତ ଲ୍ୟାମ୍ପ ପାଇଁ ୧୩୨୦ ୩୦୦ ମେଟ୍ରିକ ଟନ ଆସିଥିଲା। ସେଥିମଧ୍ୟରୁ ଦୁଇଟି କମ୍ପାନୀଠାରୁ ଦୋକାନୀ ୭୧୫ ୫୦୦ ମେଟ୍ରିକ ଟନ ନେଇଛନ୍ତି । କିନ୍ତୁ ସରକାରୀ ସଂସ୍ଥା ମାର୍କଫେଡ ଦ୍ବାରା ଚୋରା ଚାଲାଣ କରାଯାଇଛି ବୋଲି ଖବର ପାଇ ରାୟଗଡ଼ ବିଧାୟକ ଆପଲ ସ୍ଵାମୀ କାଡ୍ରାକା ତତ୍ପରତା ଦେଖାଇବା ସହ ଏହି ସାର ଖୋଜିଖୋଜି ନାକେଦମ ହୋଇଥିଲେ। ପ୍ରଥମେ ଲ୍ୟାମ୍ପ ଯାଇ ଦେଖୁଲେ କିଛି ପାଇଲେନି । ସରକାର ମାର୍କପେଡ ଜରିଆରେ ଚାଷୀଙ୍କୁ ଦେଇଥିବା ସାର ଗଲା କୁଆଡ଼େ ବୋଲି ମାର୍କଫେଡ ପରିଚାଳକ ରଶ୍ମୀ ରଞ୍ଜନ ରାୟଙ୍କୁ ପଚାରିବାରୁ ସେ କହିଲେ ଲ୍ୟାମ୍ପକୁ ଦିଅ ଯାଇଛି| ପୁଣି ଲ୍ୟାମ୍ପ ଗଲାରୁ ସେଠାରେ ଲ୍ୟାମ୍ପ ଏମଡି କିଛି ପାଇନାହିଁ ଓ ସେଠାରୁ ଜଣେ ବ୍ୟବସାୟୀଙ୍କ ଗୋଦାମରେ ରହିଛି ବୋଲି କହିଥିଲେ I ସେଠାକୁ ଗଲା ବେଳେ ସେଠାରେ ମଧ୍ୟ କିଛି ନଥୁଲା କିନ୍ତୁ ତାଲିକାରେ ରାୟଗଡ଼ା ଲ୍ୟାମ୍ପ
୩ଟି, ଗୁଣପୁର ଲ୍ୟାମ୍ପ ୧୦ଟି, କୋଲନରା ଲ୍ୟାମ୍ପ ୫ଟି, ପଦ୍ମପୁର ଲ୍ୟାମ୍ପ ୮ଟି, ଗୁଡାରୀ ଲ୍ୟାମ୍ପ ୫ଟି, ବିଷମକଟକ ଲ୍ୟାମ୍ପ ୧୦ଟି, କଲ୍ୟାଣସଂହପୁର ଲ୍ୟାମ୍ପ ଗୋଟିଏଏବଂ ମାର୍କପେଡ ୬ଟି ଗାଡ଼ି ରଖୁଥୁବା ଚାଲାଣ ନମ୍ବର ସହିତ ରହିଛି ଯାହାକି ୨୯ ହଜାର ୪ଶହ ବସ୍ତା ୟୁରିଆ ସାର ଅର୍ଥାତ ୬୦୪ ୩୦୫ ମେଟ୍ରିକ ଟନ ଖତ। ସାର ନମିଳିବା ନେଇ କୃଷି ବିଭାଗ କିମ୍ବା ସମବାୟ ସମିତି ଉପନିବନ୍ଧକ ଅଧୂକାରୀ କେମିତି ଜାଣିପାରିଲେ ନାହିଁ ଓ ସରକାରଙ୍କୁ ପ୍ରଶାସନ ବଦନାମକରିବାକୁ ଏକ ପ୍ରୟାସ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ନେଇ ବିଧାଯକ କାଡ୍ରାକା ରାଯଗଡା ଉପଜିଲ୍ଲାପାଳଙ୍କୁ ସମସ୍ତ
ବିଷୟରେ ଅବଗତ କରାଇଥିଲେ ଉପଜିଲ୍ଲାପାଳଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ମୋତେ ବିଧାୟକ ଏ ନେଇ ଅବଗତ କରିଛନ୍ତି, ମୁଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଡାକିଛି। ଏ ନେଇ ତଦନ୍ତ କରାଯିବ, ତଦନ୍ତ ପରେ ଯଦି କିଛି ଅନିଯମିତତା ହୋଇଛି ତାହେଲେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ୟୁଗିଆ ସାର ଟ୍ରେନରେ ଆସିବାବେଳେ ରାୟଗଡା ସହର ଟ୍ରକ ୟୁନିଅନ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପଠାଯାଇଥାଏ ତଥାପି କାହିଁକି ବିଳମ୍ବ କରୁଛନ୍ତି ପ୍ରଶାସନିକ ଅଧିକାରୀ ବୋଲି ଜଣେ ଚାଷୀ କ୍ଷମାସାଗର ସୁନାମୁଦି କହିଛନ୍ତି।