DistrictNawarangpurOdishaPolitics

ଜଟାବାଲ ଠାରେ ଧୋଇ ଗଲା ଅସ୍ଥାୟୀ ପୋଲ ଉପରେ ୩ ଫୁଟର ପାଣି |ଯାନବାହାନ ଚଳାଚଳ ଠପ |

ନବରଙ୍ଗପୁର ୨୬/୦୬/୨୫ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟବାଲ ଗ୍ରାମ ଚେରଘାଟ ବ୍ରିଜ ଉପରେ ପ୍ରବାହିତ ହେଉଛି ୩ ଫୁଟର ପାଣି ।ଯାନବାହାନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି |ସରକାର ରାଜ୍ୟର ସମସ୍ତ ରାସ୍ତାଘାଟ ପ୍ରଶସ୍ତ କରିବା ସହ ଆବଶ୍ୟକ ସ୍ଥାନରେ ବ୍ରିଜ ଓ କଲଭର୍ଟ ସବୁ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆଦେଶ ଦେବା ପରେ ରାଜ୍ୟରେ ରାସ୍ତା ମରାମତି କାମ ଜୋର ସୋରରେ ଚାଲିଛି |ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାର ୨୬ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତି କରଣ ଓ ଜଟାବାଲ ଚେରଘାଟ ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିଲା |ରାସ୍ତା କାମ ମୋଟାମୋଟି ସରିଯାଇଥ‌ିବା

ବେଳେ ବ୍ରିଜ କାମ କିନ୍ତୁ ଅସମ୍ପୂର୍ଣ୍ଣ ରହିଛି |ଯାନବାହାନ ଚଳାଚଳ ପାଇଁ ବାଇପାସ ରାସ୍ତା ମଧ୍ଯ ନିର୍ମାଣ ହୋଇଥିଲା । ହେଲେ ଗତ ରାତି ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି ହିଛି |ଫଳ ସ୍ଵରୂପ ବ୍ରିଜ ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଛି |ବାଇପାସ ରାସ୍ତା ମଧ୍ୟ ପ୍ରଖର ପାଣିର ସ୍ରୋତରେ ଧୋଇ ଯାଇଛି |ଫଳରେ ପାପଡାହାଣ୍ଡି ଓ ନବରଙ୍ଗପୁର ସହ ଯୋଗାଯୋଗ ବିଛିନ୍ନ ହୋଇଛି |ସବୁ ସମୟରେ ଜିଲ୍ଲାର ସମସ୍ତ ବ୍ଲକର ଜନସାଧାରଣ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଉପରେ ନିର୍ଭର କରି ଆସୁଛନ୍ତି |ତେଣୁ ବର୍ତମାନର ଅବସ୍ଥା ସେମାନଙ୍କୁ ଏକ ବଡ଼ ଝଟକା ଦେଇଛି |ବିଶେଷ କରି ଜଟାବାଲ ର ଆଖପାଖ ଗ୍ରାମରେ ବସବାସ କରୁଥିବା ଜନସାଧାରଣ ପେଟ ପାଟଣା ପାଇଁ ପାପଡାହାଣ୍ଡି ବ୍ଲକ ସଦର ମହକୁମା ଉପରେ ନିର୍ଭର କରୁଥିବାରୁ, କେମିତି ପେଟ ପାଟଣା ପାଇଁ ସେ କୂଳକୁ ଯିବେ ସେନେଇଁ ଚିନ୍ତା ବ୍ୟକ୍ତି କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button