DIstrictHealthNationNawarangpurOdishaPolitics

ବିଜୁଳି ବିଭାଗର ଖାମଖିଆଲି ବିଜୁଳି ସରବରାହ ଦ୍ବାରା ଜନଜୀବନ ବିପର୍ଯ୍ୟସ୍ତ

ନବରଙ୍ଗପୁର ,27/6 ଜିଲ୍ଲା ଉମରକୋଟ ବ୍ଲକ ବେହେଡା ଠାରୁ ବୁର୍ଜା ଫିଟର ସଂଲଗ୍ନ ଗ୍ରାମଗୁଡ଼ିକରେ ରାତିରେ ଲାଇନ ଗଲେ ବିଜୁଳି ବିହୀନ ଅନ୍ଧକାରରେ ଜୀବନ ଯାପନ କରୁଛନ୍ତି ଲୋକେ। ବର୍ଷା ଦିନ ଆସିଛି, କିନ୍ତୁ ବିଜୁଳି ବିଭାଗର ଅଧିକାରୀମାନେ ବିଦ୍ୟୁତ ଗଲେ ତାହାକୁ ଠିକ କରିବା ଉପରେ କୌଣସି ଧ୍ଯାନ ଦେଉନାହାନ୍ତି । ଗ୍ରାମବାସୀମାନଙ୍କ କହିବା ଅନୁସାରେ, ପବନ ଏବଂ ବର୍ଷା ନଥିବା ଫଳରେ ବି ଭିତରେ ଅନ୍ଧାର ହେଉଛି ଓ ସାପ ଙ୍କଙ୍କଡା ବିଛା ମାନେ ପଶି ଯାଉଛନ୍ତି । ଏହା ଦ୍ଵାରା ଗ୍ରାମବାସୀଙ୍କ ଜୀବନ ଓ ସୁରକ୍ଷା ଉପରେ ଭୟଙ୍କର ପ୍ରଭାବ ପଡ଼ୁଛି। ବିଶେଷକରି ଗତକାଲି ରାତିରେ ସୁଦମା ମିଶ୍ରଙ୍କ ଘରେ ଦୁଇଟି ବିଷାକ୍ତ ସାପ ପଶିଯାଇଥିଲେ, ତାଙ୍କର ଛୋଟ ଛୁଆ ଏସୁଁ ମିଶ୍ର ୮ବର୍ଷ ଏବଂ ସ୍ତ୍ରୀ ଗାୟତ୍ରୀ ମିଶ୍ର ୩୫ବର୍ଷ ତିନି ଜଣ ଭୟ ଭିତରେ ରାତି ସାରା ନ ଶୋଇ

ଅନିଦ୍ରା ରେ ଛଟ ପଟ ହୋଇ ଥିଲେ, ସେଥି ପାଇଁ ଗ୍ରାମ ଲୋକେ ବିଜୁଳି ବିଭାଗ ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଦାବି କରୁଛନ୍ତି ଯେ, ବିଜୁଳି ବିଭାଗ ଅଧିକାରୀ ମାନେ ଲାଇନ ଗଲେ, ସମୟ ସରିଗ ଲେ ବି ତଦାରଖ କରୁନାହା ହାନ୍ତି। ସେମାନଙ୍କ ଦାବି, ଯେତେବେଳେ ବିଜୁଳି ବିଚ୍ଛିନ୍ନ ହୁଏ, ସେହି ମୁହୂର୍ଭରୁ ଲାଇନ ଠିକ କରି ମଧ୍ୟ ବିଜୁଳି ସଂଯୋଗ ଦେବାକୁ

ବିଭାଗ ପକ୍ଷରୁ ଦ୍ରୁତ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଗ୍ରାମବାସୀମାନେ ଅନୁ ରୋଧ କରିଛନ୍ତି ଯେ, ଉମରକୋଟ ବ୍ଲକ ବିଜୁଳି ବିଭାଗ ତଦନ୍ତ କରି ଦାୟିତ୍ଵ ଅଧିକାରୀଙ୍କ ବେପୁରୁୟା ଆଚରଣ ଉପରେ କଠୋର ପଦକ୍ଷେପ ନିଆଯାଉ ଓ ଗ୍ରାମ ଏବଂ ତାହା ସଂଲଗ୍ନ ଅଂଚଳକୁ ନିୟମିତ ବିଜୁଳି ସେବା ଦେବାକୁ ବ୍ୟବସ୍ଥା କରାଯାଉ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button