DIstrictNationNawarangpurOdishaPolitics

ନବରଙ୍ଗପୁର ଠାରେ ସଂସଦୀୟ ସଡ଼କ ସୁରକ୍ଷା କମିଟି ବୈଠକ–୨୦୨୫

ନବରଙ୍ଗପୁର, 27/6: ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ସଂସଦୀୟ ସଡ଼କ ସୁରକ୍ଷା କମିଟି ବୈଠକ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ମାନ୍ୟବର ରାଜ୍ୟସଭା ସାଂସଦ ମୂଜିବୁଲ୍ଲା ଖାଁ, ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ , ମାନ୍ୟବର ବିଧାୟକ ଡ଼ା ବୁ ଗାଁ ମନୋହର ରାନ୍ଧାରି, ମାନ୍ୟବର ବିଧାୟକ ଝରି ଗାଁ ନରସିଂ ଭତରା, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମ୍ପତ୍, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଙ୍କ ପ୍ରତିନିଧ ରମେଶ ଚନ୍ଦ୍ର ସାହୁ, ମୁଖ୍ୟ ଉନ୍ନୟନ ଅଧୁକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରଓ୍ବାନ ଙ୍କ ସମେତ ସଡ଼କ ସୁରକ୍ଷା ସମିତି ସଭ୍ୟ, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଆର୍ ଟି ଓ ଜୀତେନ୍ଦ୍ର କୁମାର ଭୋଇ ସଡ଼କ ସୁରକ୍ଷା ଉପରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ତ‌ଥ୍ୟ ଉପସ୍ଥାପନ କରିଥିଲେ। ସୂଚନା ଅନୁସାରେ

୨୦୨୩ ମସିହାରେ ରାସ୍ତା ଦୁର୍ଘଟନା ରେ ୨୦୭, ୨୦୨୪ ମସିହାରେ ୨୫୬ ଏବଂ ୨୦୨୫ ମସିହା ଏପ୍ରିଲ୍ ପର୍ଯ୍ୟନ୍ତ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ସାଂସଦ କ୍ଷୋଭ ପ୍ରକାଶ ସହ ଦୁର୍ଘଟନା କମାଇବା ପାଇଁ ଉଚିତ୍ ଓ ତ୍ବରିତ ପଦକ୍ଷେପ ନେବାକୁ

କହିଥିଲେ। ଅନେକ ଦୁର୍ଘଟଣା ଦୃତଗତି, ମଦ୍ୟପାନ, ଯଥେଷ୍ଟ ସତର୍କ ସୂଚନା ବୋର୍ଡ ର ଅଭାବ, ରାସ୍ତାରେ ବେଆଇନ ପାର୍କି, ବିନା ହେଲମେଟ ଓ ସିଟବେଲ୍ଟ ଯୋଗୁଁ ହେଉଅଛି। ପରିବହନ ବିଭାଗ ତରଫରୁ ଜାତୀୟ ରାଜପଥ ୨୬ ର ପାପଡ଼ାହାଣ୍ଡି ଦୁଲୁପୁର ମୋଡ଼, ଡିଅର ପାର୍କ, ଏସଏଚ୍ଚ ୩୯ର ତୂରୀ ନଦୀ

ଉମରକୋଟର ଡି ଏନ୍ କେ ରୁ ଦାଦିଆଗୁଡ଼ା, ଜେଲ୍ ରୋଡ ରୁ ଚିକଲପଦର ଚୌକ, ମେଡାବେଡା ରୁ ବାସିନୀ,ଝରି ଗାଁ ର ଚନ୍ଦାହାଣ୍ଡି ଘାଟି, କୋଷା ଗୁମୁଡ଼ା ର ମାଝୀ ଗୁଡା ଛକ ଏଭଳି ୮ ଟି ବ୍ଲାକ ସ୍କଟ୍ ଚିହ୍ନଟ କରାଯାଇଛି।ଆର୍ ଟି ଓ ବୈଠକ ରେ ସଡ଼କ ସୁରକ୍ଷା ପାଇଁ ସଚେତନ ରଥ, ଲିପ୍ଲେଟ ବଣ୍ଟନ, ପୋଷ୍ଟର, ବ୍ୟାନର, ଧରପଗଡ, ଫାଇନ୍, ଗୁଡ ସମାରିଟାନ ପୁରସ୍କାର, ଡ୍ରାଇଭର ମାନଙ୍କୁ ତାଲିମ, ଡ୍ରାଇଭିଂ ଲାଇସେନ୍ସ ରୁଦ୍ଧ ଉପରେ କହିଥିଲେ। ୨୦୨୫ ଜାନୁଆରୀ ରୁ ମେ ମାସ ମଧ୍ୟରେ ଜିଲ୍ଲାରେ ୪୩୯ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି।ମାନ୍ୟବର ସାଂସଦ ସଡ଼କ ଦୁର୍ଘଟନା କମାଇବା ପାଇଁ ପୋଲିସ ଓ ପରିବହନ ବିଭାଗ ଦ୍ଵାରା ଅଚାନକ ଧରପଗଡ଼, ଫାଇନ, ଜାତୀୟ ରାଜପଥ ରେ ହମ୍ପସ ହଟାଇବା, ବିନା ଲାଇସେନ୍ସ, ବିନା ହେଲମେଟ ପାଇଁ ଉଚିତ କାର୍ଯ୍ୟନୁଷ୍ଠାନ ଭଳି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button