DIstrictNationNawarangpurOdishaPolitics

ଭିଭିଭୂମି ବିକାଶକୁ ପ୍ରାଥମିକତା ଦିଅ ସାଂସଦ

ନବରଙ୍ଗପୁର,27/6: ଗିରିଭୂମି ବିକାଶ କାର୍ଯ୍ୟକୁ ପ୍ରାଥମିକତା ଦିଅ । ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କର । ସ୍ଥାନୀୟ ମିଶନଶକ୍ତି ସମ୍ମିଳନୀ ଗୃହରେ ଦିଶା ବୈଠକରେ ଅଧ୍ଯକ୍ଷତା କରି ଆଜି ଏଭଳି ନିର୍ଦ୍ଦେଶ ଦେଇଛତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ।

ଶ୍ରୀ ମାଝୀ କହିଛନ୍ତି, ରାସ୍ତା ଚଉଡ଼ା ପାଇଁ ଗଛ କଟାଯାଉଛି । ନାଳ ନିର୍ମାଣ ଓ ପାନୀୟଜଳ ଯେଗାଣ ପାଇଁ ଗାତ ଖୋଳି ପାଇପ ବିଛାଇବା ପାଇଁ ରାସ୍ତା ନଷ୍ଟ କରାଯାଉଛି। ଟେଲିଫୋନ ଲାଜନ ଓ ପାନୀୟଜଳ ପାଇପ କାଟି ଛାଡି ଦିଆଯାଉଛି। ଗାଗା ଓ ନାଳ ନିର୍ମାଣ ବେଳେ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ରହିଲେ ସରକାରୀ ସମ୍ପତ୍ତି ନଷ୍ଟ ହେବନି। ଏଥି ପ୍ରତି ବନ ବିଭାଗ, ବିଦ୍ୟୁତ, ପାନୀୟଜଳ, ପୂର୍ଣ ଓ ଆରଡି, ଟେଲିଫୋନ ବିଭାଗ ମଧ୍ୟରେ ସମନ୍ବୟ ଅନ୍ଧଶ୍ୟକ । ମିଳିତ ଭାବେ ଦୂରଦୃଷ୍ଟି ନେଇ ଯୋଜନା ପ୍ରସ୍ତୁତ କଲେ ପ୍ରକଳ୍ପଗୁଡିକ ଦୀର୍ଘପ୍ରୟୀ ହେବ । ଜିଲ୍ଲାରେ ଆରଡି ବିଭାଗ ଅଧୀନରେ ନିର୍ମାଣଧୀନ ପ୍ରଧାନମନ୍ତ୍ରୀ ରାସ୍ତା ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ କରି ବିଭାଗୀୟ ଅଧିକାରୀଙ୍କ ଉପରେ ବର୍ଷିଥିଲେ।

ସଂସଦ ବଳଭଦ୍ର ମାଝୀଙ୍କ ସମେତ ଡାବୁଗାଁ ବିଧୟକ ମନୋହର ରକ୍ଷାରୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତ୍ରା, ମନ୍ତ୍ରୀ ପ୍ରତିନିଧି ରମେଶ ସାହୁ ପ୍ରମୁଖ ଜିଲ୍ଲାର ବିଭିନ୍ନ ରାସ୍ତାର ୫ ବର୍ଷ ରକ୍ଷଣାବେକ୍ଷଣ ପୂର୍ବରୁ ନଷ୍ଟ ହୋଇଯାଇଥିବା କହିଥିଲେ । ଏନେଇ ଆରତି ନିର୍ବାହୀଯନ୍ତ୍ରୀ ଦେବର୍ଶୀ ନୟକ ସଂପୃକ୍ତ ଠିକାଦାରଙ୍କ ଠାରୁ ଟଙ୍କା ଆଦାୟ ପାଇଁ ବିଭାଗ ବ୍ଳକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପରି ନେଇଥିବା କହିଥିଲେ । ଆରତି ବିଭାଗର

୯୦୩ କିମିର ୬୬ଟି ରାସ୍ତାକୁ ପୂଇଁବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ଦିଆଯାଇଥିଲା। ଆରତି ବିଭାଗ ପକ୍ଷରୁ ବେସରକାରୀ ଜମିରେ ମନଇଚ୍ଛା ରାସ୍ତା ନିର୍ମାଣ ହୋଇଥିବା ବେଳେ ଜମି ମାଲିକଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳି ନଥିବା ଏବଂ ବର୍ତ୍ତମାନ ଜମିମାଲିକ କ୍ଷତିପୂରଣ ଦାବି କରୁଥିବା ପୂର୍ବ ଅଧୀକ୍ଷଣଯନ୍ତ୍ରୀ କ୍ଷୀରଧର ଖଣ୍ଡପାଣ ବୈଠକରେ କହିଥିଲେ । ସାଂସଦ ଶ୍ରୀ ମଝା ଜମିମାଲିକଙ୍କୁ କ୍ଷତିପୂରଣ ପ୍ରଦାନ ପରେ ଯେକୌଣସି ପ୍ରକଳ୍ପ ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ। ଉଚ୍ଚସ୍ତରୀୟ ବୈଠକରେ ଜମି ଅଧିଗ୍ରହଣ ପାଇଁ ନିଷ୍କରି ନେବାଳରୁରି ବୋଲି ଜିଲ୍ଲାପଳ ତା.ଶୁରଙ୍କର ମହାପାତ୍ର କହିଥିଲେ। ପଥରକାରି ଦ୍ବାରା ହେଉଥିବା ବିସ୍ପୋରଣରେ

ରସିଗାଁର ଘର କାନ୍ଥ ଫାଟିଥିବା ଅଭିଯୋଗର ତଦାରଖ କରା‌ଯିବ ବୋଲି ଜିଲ୍ଲାପାଳ କହିଥିଲେ । ଭରତମାଳା ଜାତୀୟ ରାଜପଥ ଯୋଗୁ ହେଉଥିବା ଅସୁବିଧା ସମ୍ପର୍କରେ ଅଭିଯୋଗ ପରେ ପ୍ରକଳ୍ପ ଅଧିକରୀ ଗାଁର ବିଗଶ ପାଇଁ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, କୌଶଳଦକ୍ଷତା, ଯୋଗଣ ବିଭାଗର ସମୀକ୍ଷା କାରାଯାଇଥିଲା । ଜିଲ୍ଲାପରିଷଦ ସିଡି ଓ ବିରଞ୍ଚି ନାରାୟଣ ବରଓ୍ବାନ, ସିଡିଏମଓ ତା.ସନ୍ତୋଷ ପଣ୍ଡା, ସିଏସଓ ଅଳୟ ମଲ୍ଲିକ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ରାଜୀବ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଲାଇନ ବିଭାଗୀୟ ଅଧିକାରୀ ଉପ‌ସ୍ଥିତ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button