DistrictEducationHealthNationNawarangpurOdishaPolitics

ଗ୍ରାମ ସଫେଇ କଲେ ଗାୟତ୍ରୀ ପରିବାର

ଚନ୍ଦାହାଣ୍ଡି,27/6: ରଥଯାତ୍ରାର ଭବ୍ୟ ଆୟୋଜନକୁ ଆଖି ଆଗରେ ରଖି ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଗାୟତ୍ରୀ ପରିବାର ଦ୍ବାରା ଚନ୍ଦାହାଣ୍ଡି ସଦରରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ତହସିଲଦାର ସ‌ହଦେବ କୁଟୁକା ଅଧ୍ୟକ୍ଷତାରେ ଏକ ବୈଠକ କରି କେଉଁ କେଉଁ ଜାଗା ସଫା କରା‌ଯିବ ଓ କିଭଳି କରା‌ଯିବ ତାହା ନିଷ୍ପତ୍ତି ନେଇଥିଲେ। ଆଜି ସକାଳେ ୭ଟାରେ ଗାୟତ୍ରୀ ପରିବାରର ସମସ୍ତ ମହିଳା ପୁରୁଷ ଗାୟତ୍ରୀ ମନ୍ଦିର ନିକଟରେ ଏକାଠି ହୋଇଥିଲେ । ଯାଦବ ମାଝୀ ବାଳିକା ବିଦ୍ୟାଳୟ ଠାରୁ ଆରମ୍ଭ କରି ଗ୍ରାମର ସମସ୍ତ ସ୍ଥାନ ଏବଂ ଜଗନ୍ନାଥ ମନ୍ଦିର ପରିସର ସଫେଇ କରିଥିଲେ | ଗାୟତ୍ରୀ ପରିବାରର ଏଭଳି ଉଦ୍ୟମକୁ ପ୍ରଶଂସା କରାଯାଇଛି। ରଥଯାତ୍ରା ପର୍ଯ୍ୟନ୍ତ ଏହି ସଫେଇ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ସରୋଜ କୁମାର ଅଗସ୍ତି, ହୁସିଆର ବିଶି, ଦେବୀରାମ ଗହୀର, ଅହିରାଜ ନାୟକ, ନକୁଳ ମନହୀରା, ସୋନୀନ୍ଦ୍ର ସୋରି, ମୋହନ ସାହୁ, ଗୋସିଂ ମନହୀରା, ରବି ମାଝୀ, ଜଳନ୍ଧର ଅଣ୍ଟି, ଅଭିରାମ ପାଣ୍ଡେ, ନରପତି ନାୟକ, ତରେ ବିଶି, ଭାବନି ବିଶି ସମେତ ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ସାମିଲ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button