BusinessDIstrictEntertainmentNationNawarangpurOdishaPolitics

ଜୁନାଗଡ଼-ନବରଙ୍ଗପୁର ରେଳଲାଇନ୍ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ୧୧୬ କିମି ରେଳପଥ ପାଇଁ ୪୦୮ ଏକର ଜମି ନିଆଯିବ l

ନବରଙ୍ଗପୁର, 27।6 : ନବରଙ୍ଗପୁର – ଜୁନାଗଡ଼ ରେଳପଥ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି | କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ରା ଜପତ୍ରରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି | ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଜୁନାଗଡ ପର୍ୟ୍ୟନ୍ତ ୧୧୬.୨୨କିମି ନୂତନ ବ୍ରଡଗେଜ୍ ଲାଇନ୍ ପାଇଁ ଜିଲ୍ଲାର ୩ଟି ତହସିଲ ନବରଙ୍ଗପୁର, ନନ୍ଦାହାଣ୍ଡି ଓ ପାପଡାହାଣ୍ଡିର ୨୧ଟି ଗାଁର ୪୦୮ ଏକର ଜମି ଅଧୂଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି | ଏଥିରେ ନବରଙ୍ଗପୁର ତହସିଲର ୫ଟି ଗାଁ ଚିକିଲି, ଗୁମ୍ଫାଗୁଡା, ହାତୀବେଡା, କେଶରୀଗୁଡା, ସାନକୁମୁଲି ଗାଁର ମୋଟ ୬୨. ୮୮୨ ଏକର ଜମି ରହିଛି । ସେହିପରି ନନ୍ଦାହାଣ୍ଡି ତହସିଲର ପଡାଲଗୁଡାରେ ୨୧.୮୮୯ ଏକର ଜମି ଅଧିଗ୍ରହଣ ହେବ |

ପାପଡାହାଣ୍ଡି ତହସିଲର ୧୫ଟି ଗାଁ ଆଉଁଳି, ବାଙ୍କସର୍ଗି, ଚନ୍ଦନପାଲା, ଧନସୁଲି, ଡକରିବେଡା, ଗାଦବାକତରା, ହିଲି, ଝାଡକୁସୁମୀ, କାଳିଆଗୁଡା, ମହୁଲି, ନାକଟିଗୁଡା, ପାଇକକତରା, ପାପଡାହାଣ୍ଡି, ପାତ୍ରଗୁଡା, ତୁମ୍ବର୍ଲା ଗାଁର ସର୍ବାଧିକ ୩୨୨.୭୨ ଏକର ଏଭଳି ମୋଟ ୪୦୮ ଏକର ଜମି ନିଆଯିବ ନବରଙ୍ଗପୁର ଠାରୁ ଜୁନାଗଡକୁ ରେଳ ସଂଯୋଗ ପାଇଁ ଏହି ଅଞ୍ଚଳର ସର୍ଭେ କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ଜମି ଅଧିଗ୍ରହଣ ନେଇ କୌଣସି ବ୍ୟକ୍ତିଙ୍କ ଆପରି ଅଭିଯୋଗ ଥିଲେ ବିଜ୍ଞପ୍ତି ପ୍ରକାଶନର ୩୦ ଦିନ ମଧ୍ୟରେ ସଂପୃକ୍ତ ତହସିଲଦାରଙ୍କ ନିକଟରେ ଅଭିଯୋଗ ଦାଖଲ କରିବାକୁ ସୂଚନା ଦିଆଯାଇଛି ।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button