DIstrictEducationKoraputOdishaPolitics

୧୧ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ସ୍କୁଲରେ ତଦାରଖ କଲେ ବ୍ଲକ ଶିକ୍ଷାକାରୀ

ସୁନାବେଡା / ସେମିଳିଗୁଡ଼ା, ୨୫/୬: ଚଳିତମାସ ୨୦ ତାରିଖରୁ ସ୍କୁଲ ଖୋଲିଥିବା ବେଳେ ସରକାରଙ୍କ ନିୟମର ପାଳନ ହେଉଛି କି ନାହିଁ ତାହା ଯାଞ୍ଚ କରିବାକୁ ସେମିଳିଗୁଡ଼ା ବ୍ଲକ ଶିକ୍ଷାକାରୀ ଭବାନୀ ନନ୍ଦନ ପଟ୍ଟନାୟକ କେତେକ ବିଦ୍ୟାଳୟରେ ପହଞ୍ଚି ତଦାରଖ କରିଛନ୍ତି। ତାଙ୍କର ଏହି ଆକ୍ସନକୁ ଚର୍ଚ୍ଚା ଜୋର ର ଧରିଛି। ଶିକ୍ଷାଧୂକାରୀ ପଟ୍ଟନାୟକ ତଳମାନିଆ ଓ ଉପର ମାନିଆର ୮ଟି, ପୋମୀର ୨ ଓ ଗୋଟିଦୁସୁରା ଆଦି ୧୧ ସ୍କୁଲ ପରିଦର୍ଶନ କରିଥିଲେ। ସ୍କୁଲଗୁଡିକ ସଫା ସୁତୁରା ନ ଥିବା ସହ ପିଲାଙ୍କ ମଧ୍ୟାହ୍ନ ଭୋଜନ ବନ୍ଦ ଥିବା, କେତେକ ସ୍କୁଲ ୧୦ଟା ୩୦ ପର୍ଯ୍ୟନ୍ତ ଖୋଲ ଖାଲା ଯାଇ ନ ଥିବା ଦେଖ୍ ସେ ବିରକ୍ତି ପ୍ରକାଶ କରିଥ୍ ପ୍ରଧାନଶିକ୍ଷୟିତ୍ରୀ କରିଥିଲେ। ଏ ନେଇ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ବିରୋଧରେ

କାର୍ଯ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି I ତଳ ମାନିଆ ପ୍ରକଳ୍ପ କଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମ୍ମିତା ସସ୍ମିତା କୁମାରୀ କୁ ନାୟକ, ମଞ୍ଜୁବାଳା ପଟ୍ଟନାୟକ, ପିନାକୀ ପଣ୍ଡା ଓ ସୁଶାନ୍ତ କୁମାର ସାହୁଙ୍କୁ ଜବାବ ତଲବ କରାଯାଇଛି। ସେହିପରି ଉପରମାନିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁନିତା ସାହୁ, ସୁସ୍ମିତା ନାଯ ନାୟକ, ସ ସଙ୍ଗୀତା ସାହୁ, ପିଙ୍କି ଡାକୁଆଙ୍କୁ ଉତ୍ତର ରଖିବାକୁ ନୋଟିସ ହୋଇଛି। ପୋମ୍ବି ପ୍ରାଥମିକ ବିଦ୍ୟାଳୟ ଅଧୁକାରୀ ବାଘ, କାମେଲା ଯାନୀ ଓ ଗୋଟିଦୁସୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଜଲକ୍ଷ୍ମୀ ସୁଆରଙ୍କୁ ନୋଟିସ ହୋଇଛି। ବିଦ୍ୟାଳୟଗୁଡିକ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ବେଳେ ଏଠାରେ ନିଯୁକ୍ତ ୧୧ ସିଆରସି ରସିସି ଓ ପୂର୍ବତନ ବିଇଓ କରୁଥିଲେ କଣ ବୋଲି ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂତନ ଭାବେ ଯୋଗଦେଇଥିବା ବିଇଓଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି।

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button