DistrictEducationEntertainmentHealthNationNawarangpurOdishaPolitics

ନାରୀ ନିର୍ଯାତନା ବନ୍ଦ ପ୍ରତିବାଦରେ ଛାତ୍ରଛାତ୍ରୀ ଏବଂ ବିଜୁ ଯୁବ ଜନତା ଦଳର ବିକ୍ଷୋଭ

ମୟୁରଭଞ୍ଜ, 26/6: ଝାରପୋଖରିଆ ସୀମାନ୍ତ କଲେଜ ଛାତ୍ରଛାତ୍ରୀ ଏବଂ ବିଜୁ ଯୁବ ଜନତା ଦଳ ସାରା ରାଜ୍ୟରେ ନାରୀ ଅସୁରକ୍ଷିତ ସୁରକ୍ଷିତ ଥିବା ପ୍ରତିବାଦରେ କଲେଜ ଫାଟକ ସତ୍ତ୍ବ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସଂସ୍କୃତିରେ ନାରୀକୁ ସମ୍ମାନାସ୍ପଦ ସ୍ଥାନ ପ୍ରଦାନ କରାଯାଇ ଆସୁଅଛି । ସେଥିପାଇଁ କୁହାଯାଏ ଯେ, ନାରୀ ଯେଉଁଠି ପୂଜା ପାଏ ସେଠାରେ ଦେବତା ବିଦ୍ୟମାନ ହୁଅନ୍ତି । କିନ୍ତୁ ରାଜ୍ୟରେ ନାରୀ ନିର୍ଯ୍ୟାତନା ଦିନକୁ ଦିନ ବଢ଼ିଚାଲିଛି ମହିଳାଙ୍କ ଉପରେ ଗଣ ଦୁଷ୍କର୍ମ ଓ ଅତ୍ୟାଚାର ବଢି ଚାଲିଛି। ମହିଳାଙ୍କୁ ସୁରକ୍ଷା, ନ୍ୟାୟ ଓ ସମ୍ମାନ ସହ ମହିଳା ବିରୋଧି ଅପରାଧକୁ ତୁରନ୍ତ ବନ୍ଦ ହେବାକୁ ରଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଛାତ୍ରଛାତ୍ରୀ ଏବଂ ବିଜୁ ଯୁବ ଜନତା ଦଳ ତରଫରୁ ଦାବି କରିଛନ୍ତି । ମାନ୍ୟବର ପୂର୍ବତନ

ମୁଖମନ୍ତ୍ରୀ ତଥା ଦଳର ସୁପ୍ରିମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ, ଡ. ଦେବାଶିଷ ମାରାଣ୍ଡି ଙ୍କ ତତ୍ତ୍ୱାବଧାନରେ ବିଜେପି ସରକାର ବିରୋଧରେ ସ୍ଲୋଗାଁନ ଦେଇ ବିକ୍ଷାଭ ପ୍ରଦର୍ଶନ କରିବା ସହିତ ସରକାରଙ୍କୁ ନାରୀ ସୁରକ୍ଷା ଦାବି କରିଥିଲେ। ଏଥିରେ ଦଳର ବରିଷ୍ଠ ନେତା ଅମରେନ୍ଦ୍ର କର, ଦେବାଶିଷ ମହାନ୍ତି, ମାଝିଆ ରାମ ଟୁଡ଼ୁ, ଖେଲା ରାମ ଟୁଡ଼ୁ, ସୁନିଲ ମହାପାତ୍ର, ଅଭିଷେକ

ପଟ୍ଟନାୟକ, ସମୀର କୁମାର ବେହେରା, ସ୍ନେ ହାସି ଷ ହତା, ସୁଦର୍ଶନ ନାଏକ, ଚନ୍ଦ୍ରଶେଖର ସାହୁ, ଅକ୍ଷୟ ସାହୁ, ମଧୁସୂଦନ ମାହାଲି, ସୁମନ ମଢୁଆଳ, ଅଜୟ ମଣ୍ଡଳ, ଲିପୁ ନାଏକ, ସତ୍ୟଜିତ ଦତ୍ତ, ବିନୟ ଭୋଳ, ସୂର୍ଯ୍ୟକାନ୍ତ ମୁର୍ମୁ, ମୀନକେତନ କଲିଆ, ପ୍ରସାଦ ପଲେଇ, ରାଧା କୃଷ୍ଣ ହଂସଦା, ଜଗନ୍ନାଥ ମୁର୍ମୁ, ରାଜା, ତଥା ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button