BusinessNationOdishaPolitics

ବାସହୀନଙ୍କୁ ଜମି ଦେବେ ସରକାର

ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ଵର :26/6 ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ । ଏହି ଲକ୍ଷ୍ୟ ନେଇ ରାଜସ୍ ବିଭାଗ ପକ୍ଷରୁ ଏବେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବ ସରକାର ବାସହୀନଙ୍କୁ ନେଇ ଯେଉଁ ସର୍ଭେ କରିଥିଲା ତାହାର ସଂଜ୍ଞା ବଦଳାଯାଇ ନୂତନ ସଂଶୋଧୂତ ବାସହୀନ ସଂଜ୍ଞା ଅନୁଯାୟୀ ପୁନର୍ବାର ବାସହୀନ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ବାସହୀନ ଚିହ୍ନଟ ପ୍ରକ୍ରିୟା ଶେଷହେବ । ଏ ସଂକ୍ରାନ୍ତରେ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ସବୁ ଜିଲାପାଳଙ୍କୁ ଚଳିତମାସ ୧୯ରେ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର ଏବେ ବାସହୀନଙ୍କୁ ଥଇଥାନ କରିବା ପାଇଁ

ସର୍ବାଧୂକ ପ୍ରାଥମିକତା ଦେଉଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ କେତେ ବାସହୀନ ରହିଛନ୍ତି, ସେମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକ ରହିଛି । ଏହାପରେ ସେମାନଙ୍କୁ ‘ବସୁନ୍ଧରା’ରେ ସାମିଲ କରାଯିବା ଲାଗି ସରକାର ନିଷ୍ପରି ନେଉଛନ୍ତି। ସରକାରଙ୍କ ପୂର୍ବ ନିଷ୍ପରି ଅନୁଯାୟୀ, ୨୦୨୪ ଅଗଷ୍ଟ ୧୬ରୁ

ବାସହୀନଙ୍କ ସର୍ଭେ କରାଯାଇଥିଲା। ଏହି କାର୍ଯ୍ୟ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିଥିଲା । ସର୍ଭେ ପରେ ବାସହୀନଙ୍କୁ ବସୁନ୍ଧରାରେ ସାମିଲ କରାଯାଉଛି। ତେବେ ସଂପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ବାସହୀନଙ୍କ ସଂଜ୍ଞାରେ ଏକ ସଂଶୋଧନ କରାଯାଇଛି । ସଂଶୋଧନ ପରେ ସରକାରଙ୍କ ନିଷ୍ପରି ଅନୁଯାୟୀ, ବର୍ତ୍ତମାନ ଜଣେ ବ୍ୟକ୍ତି

ବାସହୀନ କହିଲେ, ଏକ ଏକର ଜମି(୧/୨୫ ପ୍ରତିଶତ)ରୁ କମ୍‌କୁ ବୁଝାଯିବ । ବାସହୀନ ବ୍ୟକ୍ତିଙ୍କ ପାଇଁ ଯେଉଁ ପରିମାଣର ଜମି ସରକାର ଯୋଗାଇବେ ତାହା ଏପରି ହେବା ରଚିତ୍ ଯେ, ସେ ବ୍ୟକ୍ତି ତାଙ୍କ ନିଜ ଗୃହଯୋଗ୍ୟ ଜମି ଓ ତାଙ୍କ ସାଙ୍ଗରେ ଥୁବା ପରିବାର ଲୋକଙ୍କ ଗୃହଯୋଗ୍ୟ ଜମିକୁ ମିଶାଇ ମୋଟ ୧/୨୫

ଏକରକୁ ଅତିକ୍ରମ କରୁ ନ ଥିବ । ଯଦି ଅପେକ୍ଷିତ ଜମି ଉପଲବ୍ଧ ନାହିଁ, ତେବେ ଉପଲବ୍ଧତା ଅନୁଯାୟୀ ଭାଗବାଣ୍ଟି ହେବ । ସେହିପରି ନିୟମ ୭(୩)ର ଅନୁଯାୟୀ, ବାସହୀନ ବ୍ୟକ୍ତିଙ୍କୁ ଯେଉଁ ଜମି ଦିଆଯିବ, ସେହି ଜ‌ମି ଉତ୍ତରାକାରଯୋଗ୍ୟ କିନ୍ତୁ ବ୍ୟବହାରଯୋଗ୍ୟ ହୋଇପାରିବ ନାହିଁ । ନୂତନ ସଂଶୋଧନ ଫଳରେ ଅଧିକ ବ୍ୟକ୍ତି ବାସହୀନ ବୋଲି ଚିହ୍ନଟ ହେବେ ଓ ସେମାନେ ଜମି ପାଇଁ ଯୋଗ୍ୟହେବେ । ଗ୍ରାମାଞ୍ଚଳରେ ଥିବା ବାସହୀନ ପରିବାରଗୁଡ଼ିକ ଅନୁସୂଚିତ ନିୟମ ଅନୁଯାୟୀ ଚିହ୍ନଟ କରାଯିବେ। ବାସହୀନ ଚିହ୍ନଟ – ସମ୍ପୂର୍ଣ ହେବାର ଅବଧୂ ୩୧ ଡିସେମ୍ବର ୨୦୨୫ ରଖାଯାଇଛି। € ଏହି ସମୟ ମଧ୍ୟରେ ନୂତନ ଚିହ୍ନଟ = ଓ ପୁରୁଣା ତାଲିକାରେ ଥିବା ବ୍ୟକ୍ତିଙ୍କୁ ଜମି ବଣ୍ଟନ ପ୍ରକ୍ରିୟା ଚାଲୁରହିବ E ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button