EntertainmentNationPolitics

ବିକାଶର ଧର୍ମପଦଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ବର,26/6:ଧର୍ମେନ୍ଦ୍ର ପ୍ରଧାନ, ଜାତୀୟ ଓ ରାଜ୍ୟ ରାଜନୀତି ପାଇଁ ଏହି ନାଁ ହିଁ ଯଥେଷ୍ଟ | ଜଣେ ଦୃଢ ସଙ୍ଗଠକ, ନିର୍ଭରଯୋଗ୍ୟ ରାଜନେତା ଓ ବଳିଷ୍ଠ ନେତୃତ୍ବ ପାଇଁ ସେ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି | ତାଙ୍କୁ ବିକାଶର ଧର୍ମପଦ ବୋଲି ମଧ୍ୟ କୁହାଯାଏ | ତାଙ୍କର ରାଜନୈତିକ ଓ ସାମାଜିକ କାର୍ଯ୍ୟକଳାପ ଓଡ଼ିଶା ତଥା ଜାତୀୟ ସ୍ତରରେ ଉଲ୍ଲେଖନୀୟ |

ଧର୍ମେନ୍ଦ୍ର ପ୍ରଧାନ ୧୯୮୩ରେ ଏବିଭିପି ମାଧ୍ୟମରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ | ତାଳଚେର ଛାତ୍ର ସଂଘର ସଭାପତି ଓ ପରେ ଏବିଭିପିର ଜାତୀୟ ସଚିବ ଭାବେ କାର୍ଯ୍ୟ କରି ସେ ନେତୃତ୍ବର ଦକ୍ଷତା ପ୍ରଦର୍ଶନ କରିଥିଲେ । ୨୦୦୦ ମସିହାରେ ସେ

ରେ ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଶ୍ରେଷ୍ଠ ବିଧାୟକ ଭାବେ ‘ଉତ୍କଳମଣି ପ୍ରତିଭା ସମ୍ମାନ’ ପାଇଥିଲେ | ୨୦୦୪ ଦେବଗଡ଼ ଲୋକସଭା ଆସନ ରୁ ସାଂସଦ ହୋଇଥିଲେ ଲେ ଏବଂ ୨୦୨୪ରେ ସମ୍ବଲପୁର ଲୋକସଭା ଆସନରୁ ବିଜେଡିର ପ୍ରଣବ ପ୍ରକାଶ ଦାସଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ |

୨୦୧୪ ମସିହାରୁ ନରେନ୍ଦ୍ର ମୋଦିଙ୍କ ସରକାରରେ ସେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଇସ୍ପାତ, ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ବର୍ତମାନ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ଵ ନିର୍ବାହ କରୁଛନ୍ତି | ସେ ଦୀର୍ଘ ୫ ବର୍ଷ ପେଟ୍ରୋଲିୟମ ମନ୍ତ୍ରୀ ଭାବେ ରେକର୍ଡ ସୃଷ୍ଟି କରିଥିଲେ | ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ପ୍ରଦାନ କରି ସେ ମହିଳା ସଶକ୍ତିକରଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି | ଏହା ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଗରିବଙ୍କ ପାଇଁ କାମ କରୁଥିବା ବିଭାଗରେ ରୂପାନ୍ତରିତ କରିଛି | ସେ ସମୟରେ ପାରାଦୀପ ପ୍ଲାଷ୍ଟିକ ପାର୍କରେ ପ୍ଲାଷ୍ଟିକ ବ୍ୟାଗ ଉତ୍ପାଦନ କାରଖାନା ଉଦଘାଟନ କରି ଥିଲେ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button