DistrictEntertainmentHealthMalkangiriNationOdishaPolitics

ମାଲକାନଗିରି ଖ୍ରୀଷ୍ଟିଆନ ସମୁଦାୟଙ୍କ ଉପରେ ଆକ୍ରମଣ ର ତଦନ୍ତ, ଶାନ୍ତି ଓ ସୁରକ୍ଷା ଉରନ୍ତ ପ୍ରଦାନ କରିବାକୁ ଜିଲ୍ଲାପାଳ ଓ ଏସ ପି ଙ୍କୁ OHRC ଙ୍କ ନିର୍ଦ୍ଧେଶ

ଭୁବନେଶ୍ୱର ତା – 26/6/2025 ଗତ ଶନିବାର ଦିନ ମାଲକାନଗିରି କୋଟମାଟରୁ ଗାଁ ରେ ନିରୀହ ଆଦିବାସୀ (ଖ୍ରୀଷ୍ଟିଆନ ) ଙ୍କ ଉପରେ ବଜରଙ୍ଗ ଦଳର କର୍ମୀମାନେ ଘଟାଇଥିବା ଜଘନ୍ୟ ଆକ୍ରମଣ ଘଟଣାରେ ମାନ୍ୟବର ରାଜ୍ୟ ମାନବାଧିକାର କମିଶନ ହସ୍ତକ୍ଷେପ କରି ପୀଡିତ ମାନଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରି ସେମାନଙ୍କୁ ତାଙ୍କ ନିଜ ଘରେ ନିରାପଦରେ ରହିବା ସହିତ ଆଶୁ ଆରୋଗ୍ୟ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି l ମାନବାଧିକାର କର୍ମୀ ଶ୍ରୀ ପ୍ରଦୀପ୍ତ ନାୟକଙ୍କ ଜରୁରୀ ଆବେଦନକୁ ତ୍ୱରିତ ବିଚାରକୁ ନେଇ କମିଶନଙ୍କ ଅଧକ୍ଷ ନ୍ୟାୟମୁର୍ତ୍ତି ଶ୍ରୀ ଶତ୍ରୁଘନ ପୁଜାହାରୀ ମାଲକାନଗିରି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଘଟଣାର ରିପୋର୍ଟ ତଲବ କରିଛନ୍ତି l ଘଟଣାର ଛଅ ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀ ମାନେ ଶାସକ ଦଳର ହୋଇଥିବାରୁ ପୋଲିସ ଏପର୍ଯ୍ୟନ୍ତ ଅପରାଧୀ ମାନଙ୍କୁ ପୋଲିସ ହେପାଜତ କୁ ନେଇନାହିଁ ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ l 30 ଜଣ ଆଦିବାସୀ ଆକ୍ରମଣ ର ଶିକାର ହୋଇ ଚିକିଶ୍ଚିତ ହେଉଛନ୍ତି ଏପର୍ଯ୍ୟନ୍ତ ସରକାର ସେମାନଙ୍କ ନିକଟରେ ପହଂଚି ନାହାନ୍ତି ବୋଲି ଅଭିଯୋଗ ହୋଇଛି l ଜଣେ ଆଦିବାସୀ ଜେ କୌଣସି ଧର୍ମର ହେଲେ ବି ସେ ଆଦିବାସୀ l ତେଣୁ ତାର କୌଳିକ ପ୍ରଥା ଓ ପର୍ବ ପର୍ବାଣି ଉତ୍ସବ ମନାଇବା ତାର ମୌଳିକ ଅଧିକାର l କେହି ବି ସେଥିରୁ ଭାରତ ବର୍ଷରେ ବଞ୍ଚିତ କରି ପାରିବ ନାହିଁ l ବଜରଙ୍କ ଦଳର କର୍ମୀମାନଙ୍କର ଏତାଦୃଶ କାର୍ଯ୍ୟ ସମ୍ପୂର୍ଣ୍ଣ ଆଇନି ବିରୋଧି ଏବଂ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନଙ୍କର ଥଇଥାନ ଓ ସୁରକ୍ଷା ସହିତ କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବାକୁ ଶ୍ରୀ ନାୟକ ଆବେଦନ କରିଛନ୍ତି l

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button