
ରାୟଗଡା, 26/6: ୧୯୭୫ ଜୁନ ୨୫ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆଭ୍ୟନ୍ତରୀଣ ଅଶାନ୍ତି ବାହାନାରେ ଭାରତରେ ଯେଉଁ ଜରୁରୀକାଳୀନ ପରି ସ୍ଥିତି ଜାରୀ କରିଥିଲେ ତାହାକୁ ତୀବ୍ର ବିରୋଧ କରିଛି ରାୟଗଡା ବିଜେପି । ଏ ନେଇ ରାୟଗଡା ବିଜେପି ଜିଲ୍ଲା ସଭାପତି ଗୋପି ଆନନ୍ଦଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସ ପାର୍ଟି ଗଣ ମାଧ୍ଯମର ସ୍ଵାଧୀନତା, ନ୍ୟାୟପାଳିକାର ୫୦ ବର୍ଷ ନିରପେକ୍ଷତା ଏବଂ ଭାରତର ନାଗରିକ ମାନଙ୍କ ମୌଳିକ ଅଧିକାରକୁ ମଧ୍ଯ ଚୂର୍ଣ୍ଣ କରିଦେଇଥିଲା ବୋଲି ଶ୍ରୀଆନନ୍ଦ ପ୍ରକାଶ କରିଥିଲେ । ଏଥି ସହ ୧୯୭୧ ନିର୍ବାଚନ ବିଜୟ ବିରୋଧରେ ଆହ୍ଲାବାଦ ହାଇ କୋର୍ଟରେ ବିରୋଧ ପ୍ରାର୍ଥ ରାୟ ନାରାୟଣ ଦୂର୍ନିତିଗ୍ରସ୍ତ ଆଚରଣ ଏବଂ ସରକାରୀ କଳର ଅପବ୍ଯବ ବ୍ୟବହାର ଅଭିଯୋଗରେ ଗରେ ଆହ୍ଲାବାଦ ହାଇ କୋର୍ଟରେ ନିର୍ବାଚନକୁ ଚ୍ୟାଲେଜଂ କରିଥିଲେ । ୧୨ ଜୁନ ୧୯୭୫ରେ କୋର୍ଟ ନିର୍ବାଚନ ରେ ପୂର୍ବ ତ ନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ୬ ବର୍ଷ ପାଇଁ କୌଣସି ନିର୍ବାଚିତ ପଦବୀରେ ରହିବା
ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କଲେ | এখা ପରେ ଦେଶରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଥିଲା ଏବଂ ୨୫ ଜୁନ ୧୯୭୫ ରେ ଦେଶରେ ଜରୁରୀକାଳୀନ ପରି ସ୍ଥିତି ଲାଗୁ ହୋଇଥୁଲା । ୧୯୭୫ ମସିହାରେ ଦେଶର ରାଜନୈତିକ ଉଦ୍ୟୋଶ ରଖ୍ ଜାରୀ ହୋଇଥିବା ଜରୁର ଜରୁରୀକାଳୀନ ପରିସ୍ଥତିକୁ ବିଜେପି ଦଳ କଳାପଟି ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାଳୀରାମ ମାଝି, ବସନ୍ତ ଉଲ୍ଲାକା, ରଜତ ମାଦଳା, ପ୍ରତାପ ପୁଆଲା, ପଦ୍ମନାଭ ଦାଶ, ୟାଲା କୋଣ୍ଡାବାବୁ, ଉମେଶ ଖୋସଲା, ନିଲାଦ୍ରି ପାତ୍ର, ପ୍ରିତମ କୁମାର, ମହିଳା ନେତ୍ରୀ ରଂଜନା ଉପାଧେୟା, ଲକ୍ଷ୍ମୀ ବୁରୁଡି, ଅଶ୍ୱିନୀ କଂଚଡା, ମଂଜୁଲା ମିଣି ୟାକା, ରାୟଗଡ ନଗର ସଭାପତି ରାଜେଶ ପାଣିଗ୍ରାହି, ଅନିଲ ଜାଡି ପ୍ରମୁଖ ଉପସ୍ଥିତ ଥିଲେ ।