BusinessDistrictNationNawarangpurOdishaPolitics

ପ୍ରକଳ୍ପ ସମ୍ପ୍ରତି ପ୍ରତି ଇନ୍ଦ୍ରାବତୀ ଡ୍ୟାମ୍ ସର୍କଲ କର୍ତ୍ତୃପକ୍ଷଙ୍କ ଧ୍ୟାନ ନାହିଁ l

ତେନ୍ତୁଳିଖୁଣ୍ଟି, 26।6 : ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟାଳୟ ୧୯୭୮ରେ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ଏବଂ ଆନୁଷଙ୍ଗିକ ଆବଶ୍ୟକ‌ତା ପାଇଁ ଡାକ୍ତରଖାନା, ଅଫିସ ବିଲ୍ଟି ରାସ୍ତା, ବ୍ରିଜ୍, କ୍ୱାର୍ଟର୍ସ, ପାନୀୟ ଜଳ ବ୍ୟବସ୍ଥା, ଅତିଥ୍ ଭବନ, ବିଶ୍ରାମ ଗୃହ, ଅଫିସର୍ସ କ୍ଲବ୍, ଏନ୍‌ଜିଓ କ୍ଲବ୍, ୱାର୍କ ଚାର୍ଜ କ୍ଲବ୍, ବିପଣି ଗୃହ, ପରିବା ବଜାର, ବ୍ୟାଡଲର ହଷ୍ଟେଲ, ବସ୍‌ଷ୍ଟାଣ୍ଡ ଆଦି ଲକ୍ଷାକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା। ପ୍ରକଳ୍ପ ଭବିଷ୍ୟତ ଆବଶ୍ୟକତା ପାଇଁ ସେତେବେଳେ ବହୁ ଜମି ମଧ୍ଯ ଅଧିଗ୍ରହଣ କରାଯାଇଥିଲା। ପ୍ରକଳ୍ପ ସମ୍ପରି ତ‌ଥା ପରିଚାଳନା ଦାୟିତ୍ଵ ସମୟ କ୍ରମେ ଜଳ ସମ୍ପଦରୁ ଓଡ଼ିଶା ଜଳବିଦ୍ୟୁତ୍ ନିଗମକୁ ଦିଆଯାଇଥିବାବେଳେ ଏବେ ପୁଣି ଜଳସେଚନ ବିଭାଗ ରହିଛି। କ୍ଷମତା ପରିସର ସୀମିତ ହୋଇଯାଇଛି।

କ୍ଷମତା ସୀମିତ ନାମରେ ପ୍ରକଳ୍ପର ବିଭିନ୍ନ ସମ୍ପତ୍ତି ପ୍ରତି ଡ୍ୟାମ ସର୍କଲ କର୍ତ୍ତୃପକ୍ଷ ଦୃଷ୍ଟିଦେଉ ନ ଥିବାରୁ ଅବୈଧ କବ୍‌ଜା, ଚୋରି, ଭଙ୍ଗାରୁଜା ହୋଇ ବିପଦସଙ୍କୁଳ ତ‌ କେଉଁଠି ପ୍ରକଳ୍ପ ସମ୍ପରି ବିକ୍ରି ହୋଇଗଲାଣି। ବ୍ୟାଚଲର ହଷ୍ଟେଲ କୋଠା ଓ ଗ୍ୟାରେଜରୁ କବାଟ ଝରକା ଚୋରି ହୋଇଗଲାଣି। ୧୯୮୧ରେ ନିର୍ମିତ ବ୍ରିଜ୍‌ ଉପରେ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଘରୋଇ କମ୍ପାନୀ ପାଇପ ବିଛାଇ ବ୍ରକ୍ ପ୍ରତି ବିପଦ ସୃଷ୍ଟିକଲାଣି। ସେପଟେ ଉକ୍ତ ବ୍ରିଜ୍‌ ଉପରେ ତଥା ନୂଆରେ ମରାମତି ହୋଇଥିବା ରାସ୍ତାରେ ଦୈନିକ ଚାଳିଶ ଟନ୍ ଲୁହା ପାଇପ ବୋଝେଇ ଗାଡ଼ି ଯାତାୟାତ କରୁଛି। ବିପଦ ବୃଦ୍ଧି ପାଉଥିବା ସତ୍ତ୍ୱେ କର୍ତ୍ତୃପକ୍ଷ ନୀରବ । ବ୍ରିଜ୍‌ର ସ୍ତମ୍ଭ ପାଖରେ ବରଗଛ ଉଠିଲାଣି। ତଥାପି ନୀରବତା ଭାଙ୍ଗୁନାହିଁ I କଲୋନି ରାସ୍ତା ଜରାଜୀର୍ଣ୍ଣ ବିପଦସଙ୍କୁଳ, ଡାକ୍ତରଖାନା କୋଠାରେ ଥିବା ଉଦ୍ୟାନ ପାଚେରି ଭାଙ୍ଗିଗଲାଣି। କ୍ଲବ୍ ଗୃହରୁ ପାଣି ଗଳୁଛି, ଝରକା ଚୋରି ହୋଇଗଲାଣି । ଏ ନେଇ ପ୍ରକଳ୍ପ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନରେଶ ପାତ୍ରଙ୍କ ପଚାରିବାରୁ ଆକ କ୍ଷମତା ନାହିଁ। ଇନ୍ଦ୍ରାବତୀ କୋଲାବ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ପ୍ରକଳ୍ପରେ ଥିବା ବିଭିନ୍ନ କୋଠା ରାସ୍ତା ଆଦିର ମରାମତି ପାଇଁ ଅର୍ଥ ମାଗିଛୁ ଅର୍ଥ ଆବଣ୍ଟନ ହେଲେ ପର୍ଯ୍ୟାୟକ୍ରମେ ସବୁ ମରାମତି କରାଯିବ ବୋଲି ସେ କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button