
ନବରଙ୍ଗପୁର ,26/6ଆଜି ନବରଙ୍ଗପୁର ସାଂସଦ ଶ୍ରୀବଳଭଦ୍ର ମାଝୀ ଆଦର୍ଶ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଛନ୍ତି। ପରିବେଶ ସୁରକ୍ଷା ଓ ହରିତ ଭବିଷ୍ୟତ ପାଇଁ ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା। ଏହି ଅବସରରେ ସାଂସଦ ଙ୍କ ସହ ଅଞ୍ଚଳର ଶିକ୍ଷକମାନେ ଓ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ବୃକ୍ଷରୋପଣ ପରେ ସାଂସଦ ଙ୍କ ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ପରିବେଶ ପ୍ରତି ସଚେତନ ଓ ଦାୟିତ୍ଵଶୀଳ ହେବା ପାଇଁ ପ୍ରେରଣା ଦିଆଯାଇଥିଲା। “ ଗଛ ଲଗେଇବା ମାନେ କେବଳ ପରିବେଶକୁ ସୁନ୍ଦର କରିବା ନୁହେଁ, ବରଂ ପ୍ରତିଟି ଗଛ ଏକ ଜୀବନ, ଏକ ଆ ଆଶା । ଆମ ପ୍ରଥମ କର୍ତ୍ତବ୍ୟ ହେଉଛି ପୃଥିବୀକୁ ସୁରକ୍ଷିତ ଓ ସୁନ୍ଦର ରଖ୍ ଆଗା ଗାମୀ ପିଢ଼ି ପାଇଁ ଏକ ମଜବୁତ ଭବିଷ୍ୟତ ତିଆରି କରିବା । ସାଂସଦ ଙ୍କ କଥାକୁ ଛାତ୍ରଛାତ୍ରୀ ମାନେ ହୃଦୟଙ୍ଗମ କରି ଉକ୍ତ କାର୍ଯ୍ୟରେ ମନପ୍ରାଣ ଦେଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ ଓ ବେଶ୍ ଆନନ୍ଦିତ ହୋଇଥିଲେ ।