DistrictEducationNationNawarangpurOdishaPolitics

ଜିଲାପାଳଙ୍କୁ ଅଭିଯୋଗ ଜଣାଇବା ନିଷ୍ପତ୍ତି

ଝରିଗାଁ, 26/6: ନବରଙ୍ଗପୁର ଜିଲା ଝରିଗାଁସ୍ଥିତ ଅନେକ ସରକାରୀ ଜମିରେ ଦୀର୍ଘ ୫୦ ବର୍ଷ ହେବ ଅନେକ ଲୋକେ ଘର ଓ ଦୋକାନ କରି ରହି ଆସୁଛନ୍ତି । ସରକାର ଉକ୍ତ ଜମିର ପଟ୍ଟା ଦେଉନାହାନ୍ତି। କେତେଜଣ ଲୋକ ନିଜ ସ୍ବାର୍ଥ ପାଇଁ ବାରମ୍ବାର ବ୍ଲକ୍ ଓ ଜିଲା ପ୍ରଶାସନ ନିକଟରେ ସରକାରୀ ଜମିରେ କରିଥିବା ଘର ଏବଂ ଦୋକାନକୁ ଭାଙ୍ଗିବାକୁ ଦାବି କରୁଛନ୍ତି । ପ୍ରଶାସନ ଏବେ ଲୋକଙ୍କୁ ସ୍ଥାୟୀ ଥଇଥାନ କରିବା ବଦଳରେ ବାରମ୍ବାର ଘର ଖାଲି କରି ଭାଙ୍ଗିବା ପାଇଁ ନୋଟିସ ଉପରେ ନୋଟିସ ଦେଇ ଚାଲିଛି। ଫଳରେ ସରକାରୀ ଜମିରେ ଘର ଏବଂ ଦୋକାନ ବଜାର କରି ରହୁଥ‌ିବା ଲୋକେ ଅନିଶ୍ଚିତତା ଓ ଭୟ ମଧ୍ୟରେ ରହୁଥ‌ିବା ନେଇ ବୁଧବାର ଝରିଗାଁ ବଣିକ ସଂଘ ସହାୟତାରେ ସ୍ଥାନୀୟ ବ୍ଲକ୍ ସଭାଗୃହରେ ଆୟୋଜିତ ଏକ ସର୍ବଦଳୀୟ ବୈଠକରେ ସଂଘ ପକ୍ଷରୁ କୁହାଯାଇଛି।

ବୈଠକରେ ବିଜେଡି ନେତା ତଥା ନବରଙ୍ଗପୁର ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର ମାଝି, ପ୍ରଦୀପ ମାଝୀ, ଝରିଗାଁ ବ୍ଲକ ଝରିଗାଁ ବଣିକ ସଂଘର ସର୍ବଦଳୀୟ ବୈଠକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ, ନବରଙ୍ଗପୁର ଏମ୍‌ପିଙ୍କ ବ୍ଲକ ପ୍ରତିନିଧ ଚନ୍ଦ୍ରଭାନୁ ନାୟକ, କଂଗ୍ରେସ ନେତ୍ରୀ ହାରାବତୀ ଗଣ୍ଡ, ପୂର୍ବତନ ବ୍ଲକ୍ ଅଧ୍ଯକ୍ଷ ପ୍ରଶ୍ନ ମାଝୀ, ବିଜେଡି ବରିଷ୍ଠ ଯୁବନେତା ପ୍ରିୟରଞ୍ଜନ ଦାସ, ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଅଶୋକ ମୂର୍ତ୍ତି, ବଣିକ ସଂଘ ସଭାପତି ଅନିଲ ଜୈନ, ମୋହନ ପ୍ରଧାନୀ, ଗୋକୁଳ ପଟ୍ଟନାୟକ, ପ୍ରଫୁଲ୍ଲ ପ୍ରଧାନୀ, ପ୍ରଫୁଲ୍ଲ ପାଣ୍ଡେ, ପ୍ରେମା ପାଣ୍ଡେ, ପୂର୍ଣ୍ଣ ପୂଜାରୀଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସମସ୍ତ ଗ୍ରାମବାସୀ ଏକାଠି ହେବାକୁ ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ କହିଥିଲେ।

ସେହିପରି ଉକ୍ତ ସରକାରୀ ସ୍ଥାନରେ ରହିଥିବା ଘର ଏବଂ ଦୋକାନ ମାଲିକଙ୍କୁ ସ୍ଥାୟୀ କରିବାକୁ ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ପ୍ରଦାନ କରାଯିବା ନେଇ ପୂର୍ବତନ ଏମ୍‌ପି ରମେଶ ଚନ୍ଦ୍ର
ମାଝି ପ୍ରସ୍ତାବ ଦେଇଥିଲେ । ସୂଚନା ଯୋଗ୍ୟ, ୧୯୫୮ରେ ବାଂଲାଦେଶ ଗୃହଯୁଦ୍ଧ ସମୟରେ ଥଇଥାନ ପାଇଁ ଭୂ-ବନ୍ଦୋବସ୍ତ ହୋଇଥିଲା। ତା’ ପରଠୁ ଏଥିପ୍ରତି କାହାର ନଜର ନାହିଁ। ଫଳରେ ପ୍ରାୟ ୬୬ ବର୍ଷ ଧରି ଘର କରି ରହୁଥ‌ିବା ଏଠାକାର ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଢୁଛି! ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ହାତୀବାଡ଼ି ଗ୍ରାମର ୨୮ ପରିବାରଙ୍କ ଘର ଭଙ୍ଗାଯାଇଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button